ଓଡିଶା

odisha

By

Published : Jun 1, 2022, 4:44 PM IST

Updated : Jun 1, 2022, 8:01 PM IST

ETV Bharat / state

Florence Nightingale Award: କୋଭିଡ ସମୟରେ ସଂକ୍ରମିତ ଗର୍ଭବତୀଙ୍କୁ ସେବା, ଜାତୀୟସ୍ତରରେ ସମ୍ମାନିତ ହେବେ ଜଗତସିଂହପୁରର ଷ୍ଟାଫନର୍ସ, ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଫ୍ଲୋରେନ୍ସ ନାଇଟଆଙ୍ଗେଲ ସମ୍ମାନ ୨୦୨୧(Florence Nightingale Award)ରେ ସମ୍ମାନିତ ହେବେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟର ଷ୍ଟାଫ୍‌ ନର୍ସ ଖୁଳଣ ବାରିକ । ଅଧିକ ପଢ଼ନ୍ତୁ

ଜାତୀୟ ସ୍ତରରେ ସମ୍ମାନିତ ହେବେ ଜଗତସିଂହପୁରର ଷ୍ଟାଫ୍‌ ନର୍ସ ଖୁଳଣ ବାରିକ
ଜାତୀୟ ସ୍ତରରେ ସମ୍ମାନିତ ହେବେ ଜଗତସିଂହପୁରର ଷ୍ଟାଫ୍‌ ନର୍ସ ଖୁଳଣ ବାରିକ

ଭୁବନେଶ୍ବର: ଫ୍ଲୋରେନ୍ସ ନାଇଟଆଙ୍ଗେଲ ସମ୍ମାନ ୨୦୨୧(Florence Nightingale Award)ରେ ସମ୍ମାନିତ ହେବେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟର ଷ୍ଟାଫ୍‌ ନର୍ସ ଖୁଳଣ ବାରିକ । ମହାମାରୀ ସମୟରେ କୋଭିଡ ସଂକ୍ରମିତ ଗର୍ଭବତୀଙ୍କୁ ସେ ଯୋଗାଇଥିବା ସେବା ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ଏହାକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି ।

ମହାମାରୀ ସମୟରେ ଖୁଳଣ ବାରିକ ନିଜ ଜୀବନକୁ ବାଜି ଲଗାଇ ହସ୍ପିଟାଲ୍‌କୁ ଆସୁଥିବା କୋଭିଡ ସଂକ୍ରମିତ ଗର୍ଭବତୀଙ୍କୁ ସେବା ଯୋଗାଇ ଦେଉଥିଲେ । ତା ସହିତ ସେହି ସମୟରେ ନବଜାତଙ୍କୁ ମଧ୍ୟ ସ୍ବାସ୍ଥ୍ୟସେବା ଯୋଗାଇ ଦେଇଥିଲେ । ଏହିଭଳି ସେବା ମନୋଭାବ ଯୋଗୁଁ ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟର ଷ୍ଟାଫ୍‌ ନର୍ସ ଖୁଳଣ ବାରିକ ।

ଫ୍ଲୋରେନ୍ସ ନାଇଟଆଙ୍ଗେଲ ସମ୍ମାନ

ପ୍ରତିବର୍ଷ ମେ ୧୨କୁ ଇଣ୍ଟରନାସନାଲ ନର୍ସ ଡେ ଭାବରେ ପାଳନ କରାଯାଇଥାଏ । ବିଶ୍ୱରେ ଏହି ଦିନକୁ ନର୍ସ ଡେ ଭାବରେ ସେଲିବ୍ରେଟ କରିବାର ପଛର କାହାଣୀ ହେଉଛି ଫ୍ଲୋରେନ୍ସ ନାଇଟଆଙ୍ଗେଲଙ୍କ ଜୟନ୍ତୀ । ଫ୍ଲୋରେନ୍ସ ନାଇଟଆଙ୍ଗେଲ ଜଣେ ନର୍ସ ଏବଂ ଜଣେ ନେତା ଥିଲେ, ଯିଏକି ସ୍ୱାସ୍ଥ୍ୟ ସମ୍ବନ୍ଧିତ ମୁଦ୍ଦା ଉପରେ ୧୫୦ରୁ ଅଧିକ ପୁସ୍ତକ ଏବଂ ରିପୋର୍ଟ ଲେଖିଛନ୍ତି । ଏପଟେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି ।

ଇଟିଭି ଭାରତ, ବ୍ୟୁରୋ ରିପୋର୍ଟ

Last Updated : Jun 1, 2022, 8:01 PM IST

ABOUT THE AUTHOR

...view details