ଓଡିଶା

odisha

ETV Bharat / state

ନର୍ସଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା: ମେଡିକାଲ ଭିତରକୁ ଧସେଇ ପଶିଲେ ସ୍ଥାନୀୟ ଲୋକେ - ନର୍ସଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ଉତ୍ତେଜନା

ପାରାଦୀପ ପୋର୍ଟ ମେଡ଼ିକାଲର ଷ୍ଟାଫନର୍ସଙ୍କ ମୃତ୍ୟୁକୁ ନେଇ ଦେଖାଦେଇଛି ଉତ୍ତେଜନା । ସନ୍ଦେହ ଜନକ ଭାବେ ମୃତ୍ୟୁ ବରଣ କରିଥିବା ଷ୍ଟାଫନର୍ସ ନିବେଦିତା ଜେନାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ନ୍ୟାୟ ଦାବି କରି ସ୍ଥାନୀୟ ଲୋକେ ମେଡ଼ିକାଲ ଭିତରକୁ ଧସେଇ ପଶିଛନ୍ତି । ଅଧିକ ପଢନ୍ତୁ

ନର୍ସଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ଉତ୍ତେଜନା : ମେଡିକାଲ ଭିତରକୁ ଧସେଇ ପସିଲେ ସ୍ଥାନୀୟ ଲୋକେ
ନର୍ସଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ଉତ୍ତେଜନା : ମେଡିକାଲ ଭିତରକୁ ଧସେଇ ପସିଲେ ସ୍ଥାନୀୟ ଲୋକେ

By

Published : Mar 13, 2022, 6:02 PM IST

ଜଗତସିଂହପୁର : ଜିଲ୍ଲାର ପାରାଦୀପ ପୋର୍ଟ ମେଡ଼ିକାଲର ଷ୍ଟାଫ ନର୍ସଙ୍କ ମୃତ୍ୟୁକୁ ନେଇ ଦେଖାଦେଇଛି ଉତ୍ତେଜନା । ସନ୍ଦେହ ଜନକ ଭାବେ ମୃତ୍ୟୁବରଣ କରିଥିବା ଷ୍ଟାଫନର୍ସ ନିବେଦିତା ଜେନାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ନ୍ୟାୟ ଦାବି କରି ସ୍ଥାନୀୟ ଲୋକେ ମେଡ଼ିକାଲ ଭିତରକୁ ଧସେଇ ପଶି ଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳୁଛି।

ନର୍ସଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ଉତ୍ତେଜନା : ମେଡିକାଲ ଭିତରକୁ ଧସେଇ ପସିଲେ ସ୍ଥାନୀୟ ଲୋକେ

ଏହାବି ପଢନ୍ତୁ :କଂଗ୍ରେସ CWC ବୈଠକ ଆରମ୍ଭ, ହାଇକମାଣ୍ଡ ପରିବର୍ତ୍ତନ ଚର୍ଚ୍ଚାରେ ପଡିପାରେ ପୂର୍ଣ୍ଣଚ୍ଛେଦ !

ସୂଚନାଯୋଗ୍ୟ ଯେ ଗତ 8ମାସ ତଳେ ପାରାଦୀପ ପୋର୍ଟ ମେଡ଼ିକାଲରେ ଷ୍ଟାଫ ନର୍ସ ନିବେଦିତା ଜେନା ଡ୍ୟୁଟି କରୁଥିବା ସମୟରେ ସେହି ହସ୍ପିଟାଲରେ କାର୍ଯ୍ୟରତ ଜଣେ ଡାକ୍ତର ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ସେ ଅଭିଯୋଗ କରିଥିଲେ । ଯାହାକୁ ନେଇ ମେଡ଼ିକାଲ କର୍ତ୍ତୃପକ୍ଷ ଏକ କମିଟି ଗଠନ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜି (ରବିବାର) ହଠାତ ନିବେଦିତାଙ୍କର ସନ୍ଦେହ ଜଣକ ଭାବେ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ନିବେଦିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ମେଡ଼ିକାଲ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details