ଓଡିଶା

odisha

ETV Bharat / state

Padma Awards 2022: 4 ଜଣ ବିଶିଷ୍ଟ ଓଡିଆ ସମ୍ମାନିତ - ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଜଗତସିଂହପୁରର ଆଧ୍ୟାତ୍ମିକ ଗୁରୁ ବାବା ବଳିଆ, ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ଶ୍ୟାମାମଣୀ ଦେବୀ ଓ ନରସିଂହ ପ୍ରସାଦ ଗୁରୁ ଏବଂ ବୈଜ୍ଞାନିକ ଆଦିତ୍ୟ ପ୍ରସାଦ ଦାସଙ୍କୁ ସୋମବାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅଧିକ ପଢନ୍ତୁ

Srimad Baba Balia conferred with Padma Shri 2022
Padma Awards 2022: ବିଶିଷ୍ଟ ଓଡିଆଙ୍କୁ ମିଳିଲା ପଦ୍ମ ସମ୍ମାନ

By

Published : Mar 21, 2022, 7:00 PM IST

Updated : Mar 21, 2022, 7:23 PM IST

ନୂଆଦିଲ୍ଲୀ:ସମାଜ ପ୍ରତି ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନଜନକ 'ପଦ୍ମ' ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି କ୍ରମରେ ୩ଜଣ ବିଶିଷ୍ଟ ଓଡିଆ ମଧ୍ୟ ପଦ୍ମ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।

ଜଗତସିଂହପୁରର ଆଧ୍ୟାତ୍ମିକ ଗୁରୁ ବାବା ବଳିଆ, ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ଶ୍ୟାମାମଣୀ ଦେବୀ ଓ ନରସିଂହ ପ୍ରସାଦ ଗୁରୁ ଏବଂ ବୈଜ୍ଞାନିକ ଆଦିତ୍ୟ ପ୍ରସାଦ ଦାସଙ୍କୁ ସୋମବାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏଥିସହ ରାଷ୍ଟ୍ରପତି ରାମନାଥ ଜେନେରାଲ ବିପିନ ରାୱତଙ୍କୁ ମରଣୋତ୍ତର ଭାବେ 'ପଦ୍ମବିଭୂଷଣ' ସମ୍ମାନରେ ସମ୍ମାନିତ କରିଛନ୍ତି ।

ଗୀତା ପ୍ରେସର ଦିଂବଗତ ଅଧ୍ୟକ୍ଷ ରାଧେ ଶ୍ୟାମଙ୍କୁ ମଧ୍ୟ 'ପଦ୍ମବିଭୂଷଣ' ସମ୍ମାନ ମିଳିଛି । ସେହିପରି କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ 'ପଦ୍ମଭୂଷଣ'ରେ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି କୋବିନ୍ଦ । ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ ହୋଇଥିବା ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ରହିଛନ୍ତି, ପଞ୍ଜାବୀ ଗାୟକ ଗୁରମିତ ବନା (ମରଣୋତ୍ତର), ଟାଟା ସନ୍ସ ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନ, ପୂର୍ବତନ CAG ରାଜୀବ ମେହର୍ଷୀ ଓ କୋଭିସିଲ୍ଡ ନିର୍ମାତା ସେରମ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆର ସେରସ ପୁନୱାଲା ।

ପଦ୍ମ ପୁରସ୍କାର ତିନୋଟି ବର୍ଗରେ- (ପଦ୍ମବିଭୂଷଣ, ପଦ୍ମଭୂଷଣ, ପଦ୍ମଶ୍ରୀ) ପ୍ରଦାନ କରାଯାଇଥାଏ । ଏହି ପୁରସ୍କାର ବିଭିନ୍ନ କ୍ଷେତ୍ର ଯେପରକି-କଳା, ସାମାଜିକ କାର୍ଯ୍ୟ, ଜନସଂପର୍କ, ବିଜ୍ଞାନ, ଇଞ୍ଜିନିୟରିଂ, ବାଣିଜ୍ୟ, ଶିଳ୍ପ, ଔଷଧ, ସାହିତ୍ୟ, ଶିକ୍ଷା, କ୍ରୀଡା ଓ ନାଗରିକ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମିଳିଥାଏ । ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ଏହି ପୁରସ୍କାର ଘୋଷଣା କରାଯାଏ । ପରେ ରାଷ୍ଟ୍ରପତି ଭବନରେ ଏକ ଭବ୍ୟ ଉତ୍ସବରେ ପୁରସ୍କାର ପ୍ରଦାନ କରାଯାଏ ।

ପଦ୍ମ ବିଭୁଷଣ ସମ୍ମାନ ଅସାଧାରଣ ଓ ଅତିଉତ୍କୃଷ୍ଟ ସେବା ପାଇଁ ମିଳିଥାଏ । ଆଜି(ସୋମବାର) ପ୍ରଥମ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି କୋବିନ୍ଦ ଦୁଇଟି ପଦ୍ମ ବିଭୂଷଣ, ୮ଟି ପଦ୍ମ ଭୂଷଣ ସମେତ ମୋଟ ୫୪ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ଚଳିତ ବର୍ଷ ମୋଟ ୧୨୮ଜଣଙ୍କୁ ପଦ୍ମ ପୁରସ୍କାର ମିଳିବା ନେଇ ଗଣତନ୍ତ୍ର ଦିବସରେ ଘୋଷଣା କରିଛନ୍ତି ଭାରତ ସରକାର । ଏଥିରେ ୪ଜଣଙ୍କୁ ପଦ୍ମ ବିଭୁଷଣ, ୧୭ ଜଣଙ୍କୁ ପଦ୍ମ ଭୁଷଣ ଓ ୧୦୭ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ । ୧୩ଜଣଙ୍କୁ ମରଣୋତ୍ତର ଭାବେ ସମ୍ମାନୀତ କରାଯିବ । ମାର୍ଚ୍ଚ ୨୮ରେ ଦ୍ବିତୀୟ ନାଗରିକ ସେବା ସମ୍ମାନ କାର୍ଯ୍ୟକ୍ରମର ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 21, 2022, 7:23 PM IST

ABOUT THE AUTHOR

...view details