ଜଗତସିଂହପୁର: ଜିଲ୍ଲାର ପ୍ରସିଦ୍ଧ ଶ୍ରୀବଳଦେବ ଜୀୟୁଙ୍କ ମନ୍ଦିରରେ ପୁଷ୍ୟାଭିଷେକ ନୀତି ଗତକାଲି ଅନୁଷ୍ଠିତ ହୋଇଥିଲା । ପରମ୍ପରା ଅନୁଯାୟୀ ଠାକୁର ରାଜା ଭାବେ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପାଟୱାରଙ୍କୁ ଅଭିଷିକ୍ତ କରାଯାଇଥିଲା । ଜିଲ୍ଲାପାଳଙ୍କୁ ସ୍ଥାନୀୟ ମାଉସୀ ମାଆ ମନ୍ଦିର ନିକଟରୁ ମନ୍ଦିରର ପ୍ରଶାସନ ଓ ଭକ୍ତମାନେ ପାଛୋଟି ନେଇଥିଲେ।
ବଳଦେବ ଜୀଉ ମନ୍ଦିରରେ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ - ପୁଷ୍ୟାଭିଷେକ ନୀତି
ଜଗତସିଂହପୁର ଜିଲ୍ଲାର ଶ୍ରୀବଳଦେବ ଜୀଉଙ୍କ ମନ୍ଦିରରେ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ
ପରେ ଶ୍ରୀଜିଉଙ୍କ ନିକଟରେ ଜିଲ୍ଲାପାଳ ପୂଜାର୍ଚ୍ଚନା କରିସାରିବା ପରେ ନାଟ ମନ୍ଦିରରେ ରାଜଭିଷେକ ନୀତି ଆରମ୍ଭ ହୋଇଥିଲା । ହରିବୋଲ ହୁଳହୁଳି ଧ୍ୱନି ସାଙ୍ଗକୁ ବେଦମନ୍ତ୍ର ପାଠରେ ମନ୍ଦିର ପ୍ରକମ୍ପିତ ହୋଇ ଉଠିଥିଲା । ହଜାର ହଜାର ଶ୍ରଦ୍ଧାଳୁ ଏହି ଅଭିଷେକ ନୀତିରେ ସାମିଲ ମଧ୍ୟ ହୋଇଥିଲେ । ସୂଚନା ଯୋଗ୍ୟ ଯେ ଜଗତସିଂହପୁର ଜିଲ୍ଲାର ସିଦ୍ଧଳ ଠାରେ ଥିବା ପ୍ରସିଦ୍ଧ ଶ୍ରୀ ବଳଦେବ ଜୀଉ ମନ୍ଦିରରେ ଯେଉଁ ବ୍ୟକ୍ତି ଜିଲ୍ଲାପାଳ ରହିଥାନ୍ତି ପରମ୍ପରା ଅନୁଯାୟୀ ସେମାନେ ଠାକୁର ରାଜାଙ୍କ ନୀତି ଏହି ମନ୍ଦିରରେ ସମ୍ପାଦନ କରିଥାନ୍ତି । ଶ୍ରୀ ଗୁଣ୍ଡିଚା ଯାତ୍ରା ସମୟରେ ଏଠାରେ ଅନୁଷ୍ଠିତ ହେଉଥିବା ରଥ ଉପରେ ଜିଲ୍ଲାପାଳ ଛେରା ପହଁରା ନୀତି ସମ୍ପନ କରୁଥିବା ବେଳେ ପୌଷ ପୂର୍ଣ୍ଣିମା ତିଥିରେ ଜିଲ୍ଲାପାଳଙ୍କୁ ପୁଷ୍ୟାଭିଷେକ କରାଯାଇଥାଏ । ଯାହାଙ୍କୁ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା ।
ଇଟିଭି ଭାରତ, ଜଗତସିଂହପୁର