ଜଗତସିଂହପୁର: ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ଆଜି ବିଜୟା ଦଶମୀ ବା ଦଶହରା ପର୍ବ ପାଳିତ ହେଉଛି । ଏହି ଅବସରରେ ବିଭିନ୍ନ ପୂଜା ମଣ୍ଡପରେ ଆଜି ଅପରାଜିତା ପୂଜା ଅନୁଷ୍ଠିତ ହେଉଛି । ଅଧର୍ମ ଉପରେ ଧର୍ମର ବିଜୟ ଓ ଅନ୍ୟାୟ ଉପରେ ନ୍ୟାୟର ବିଜୟକୁ ନେଇ ବିଭିନ୍ନ ରାମଙ୍କ ମନ୍ଦିରରେ ସତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି ।
ତେବେ ପ୍ରତ୍ୟେକ ବର୍ଷ ଜଗତସିଂହପୁର ଶ୍ରୀରାମ କ୍ଳବ ପକ୍ଷରୁ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । କିନ୍ତୁ ଏଥର କୋଭିଡ କଟକଣା ଥିବାରୁ ରାବଣ ପୋଡି ଉତ୍ସବ ପାଳନ କରାଯିବ ନାହିଁ । ସେହିପରି ବିଭିନ୍ନ ଦେବୀଙ୍କ ପୂଜାମଣ୍ଡପରେ ଘଟ ବିସର୍ଜନ କରାଯିବା ସହ ଦେବୀଙ୍କୁ ବିସର୍ଜନ କରାଯାଇଛି । ଦଶମୀ ପୂଜା ପରେ ମା'ଙ୍କୁ ବିସର୍ଜନ କରାଯାଇଥିଲା ।