ଜଗତସିଂହପୁର: ଦଶହରା ଅବସରରେ ପାରାଦୀପ ହୋଟେଲ ଏମ୍ପାୟାର୍ସ ପକ୍ଷରୁ ଆରମ୍ଭ ହେଉଛି ୮ ଦିନିଆ ଫୁଡ୍ ଫେଷ୍ଟିଭାଲ ‘‘ସୋନାର ବାଙ୍ଗଲା’’। ଏଥିରେ ସମସ୍ତ ପ୍ରକାର ବଙ୍ଗାଳୀ ଖାଦ୍ୟ ଓ ମିଠା ପରଷା ଯିବ।
ପାରାଦୀପରେ ଜମିବ ଦଶହରା, ବେଙ୍ଗଲି ଖାଦ୍ୟକୁ ନେଇ ଆରମ୍ଭ ହେବେ ଫୁଡ଼ ଫେଷ୍ଟିଭାଲ ‘ସୋନାର ବାଙ୍ଗଲା’ ୮ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ‘‘ସୋନାର ବାଙ୍ଗଲା’’ ଫେଷ୍ଟିଭାଲରେ ଲଞ୍ଚର ମୂଲ୍ୟ ରହିଛି ୭୯୯ ଟଙ୍କା ଓ ଡିନରର ମୂଲ୍ୟ ୧୧୯୯ ଟଙ୍କା।
ଏଥିରେ ମଞ୍ଚର ଝାଲ, ମଙ୍ଗଶୋର ଝୋଲ, ସୁକଟୋ, ବାଟି ଚୋରଚୋରୀ, ଏନଚୋର କାଲିଆ ପ୍ରଭୃତି ୨୭ ପ୍ରକାରର ଖାଦ୍ୟ ପରଷା ଯିବ । ପାରାଦୀପବାସୀ ଦଶହରାରେ ଏହି ବେଙ୍ଗଲି ଖାଦ୍ୟର ମଜା ଉଠାଇ ପାରିବେ ବୋଲି ହୋଟେଲ ଏମ୍ପାୟାର୍ସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ