ଓଡିଶା

odisha

ETV Bharat / state

ମରିଗଲା ମାନବିକତା; ଘରୁ ତଡିଦେଲେ ପୁଅ ବୋହୂ, ଶ୍ମଶାନ ପାଲଟିଛି 6 ପ୍ରାଣୀଙ୍କ ଆଶ୍ରୟସ୍ଥଳ - ବୁଢା ବାପାମାଆକୁ ଘରୁ କାଢିଦେଲେ ପୁଅ ବୋହୂ

ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନସ୍ଥ ଆମ୍ବେରୀ ପଞ୍ଚାୟତର ବିଲ ଅରିଲୋ ଗ୍ରାମରେ ଅଭାବନୀୟ ଘଟଣା । ପୁଅ ବୋହୂ ଘରୁ ବାହାର କରିଦେବା ପରେ ଶ୍ମଶାନରେ ଆଶ୍ରୟ ନେଇଥିଲେ ୬ପ୍ରାଣୀ । ଅଧିକ ପଢନ୍ତୁ

ଶ୍ମଶାନ ପାଲଟିଛି ଆଶ୍ରୟସ୍ଥଳ
ଶ୍ମଶାନ ପାଲଟିଛି ଆଶ୍ରୟସ୍ଥଳ

By

Published : Mar 2, 2023, 4:10 PM IST

ଶ୍ମଶାନ ପାଲଟିଛି ଆଶ୍ରୟସ୍ଥଳ

ଜଗତସିଂହପୁର:ମରିଗଲା ମାନବିକତା । ବୁଢା ବାପାମାଆକୁ ଘରୁ କାଢିଦେଲେ ପୁଅ ବୋହୂ । ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନସ୍ଥ ଆମ୍ବେରୀ ପଞ୍ଚାୟତର ବିଲ ଅରିଲୋ ଗ୍ରାମରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପରିଣତ ବୟସରେ ପୁଅ ଦ୍ୱାରା ଘରୁ ତଡା ଖାଇବା ପରେ ଶେଷରେ ବୁଢା ବାପା ମାଆ ଓ ନିଜ ପାଖରେ ଥିବା ସ୍ୱାମୀପରିତ୍ୟକ୍ତ ଝିଅକୁ ନେଇ ଗାଁ ଶ୍ମଶାନ ଘରେ ଆଶ୍ରୟ ନେଉଥିବା ଦେଖିବାକୁ ମିଳିଛି।

ଖବର ନେବାରୁ ଜଣା ପଡ଼ିଛି ଯେ, ତିର୍ତ୍ତୋଲ ବ୍ଲକ ଆମ୍ବେରୀ ପଞ୍ଚାୟତର ବିଲ ସାଇଲ ଗ୍ରାମର ବାବାଜୀ ସେଠୀ ପତ୍ନୀ କଞ୍ଚାନଙ୍କ ସମେତ ନିଜର ସ୍ୱାମୀ ପରିତ୍ୟକ୍ତ ଝିଅ ବଡ଼ ପୁଅ ପାଖରେ ରହି ଆସୁଥିଲେ। ପୁଅ ବୁଢା ବାପା ମା ଓ ଭଉଣୀଙ୍କୁ ବାରମ୍ବାର ହାଇରଣ ହରକତ କରି ଆସୁଥିଲା । ଏପରିକି ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲା । ତେବେ ଅସହ୍ୟ ହେବାରୁ ବୃଦ୍ଧ ବାପା ମାଆ ତିର୍ତ୍ତୋଲ ଥାନାର ଦ୍ୱାରସ୍ଥ ହୋଇଥିଲେ। ତିର୍ତ୍ତୋଲ ଥାନା ପକ୍ଷରୁ ଉଭୟ ବାପା ମାଆ ଓ ପୁଅ ବୋହୂଙ୍କୁ ଡାକି ସମାଧାନ କରିବା ସହ ଉଭୟଙ୍କ ପକ୍ଷରୁ ଲିଖିତ ଆକାରରେ ଲେଖି ରଖିଥିଲେ। ଏହାର କିଛିଦିନ ପରେ ହିଁ ସମସ୍ତଙ୍କୁ ଘରୁ ବାହାର କରିଦେଇଥିଲେ ପୁଅ ବୋହୂ ।

ଏହା ମଧ୍ୟ ପଢନ୍ତୁ: ଭିସୁଟ୍ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣା: ବଲାଙ୍ଗୀରରେ ଶେଷକୃତ୍ୟ ସମ୍ପନ୍ନ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ବୃଦ୍ଧ ବାପା ମା ଓ ଝିଅ ସହିତ 3ପିଲା କେଉଁଠି ଆଶ୍ରୟ ନ ପାଇ ଶେଷରେ ଗାଁ ଶ୍ମଶାନ ଘରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି। ଏହି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିବା ପରେ ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଶ୍ମଶାନରେ ପହଞ୍ଚି ବୃଦ୍ଧ ବାବାଜୀ ସେଠୀ ସ୍ତ୍ରୀ ଝିଅ ଓ ତିନି ପିଲାଙ୍କୁ ଉଦ୍ଧାର କରି ସ୍ଥାନୀୟ ଅଙ୍ଗନବାଡୀ କେନ୍ଦ୍ରରେ ଥଇଥାନ କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି। ପଡୋଶୀଙ୍କ କହିବା ଅନୁଯାୟୀ, "ବୃଦ୍ଧ ବାବାଜୀଙ୍କ ପୁଅ ନିଜ ସ୍ତ୍ରୀ କଥାରେ ପଡି ବୁଢା ବାପା ମା ଓ ଭଉଣୀଙ୍କୁ ବିଭିନ୍ନ ସମୟରେ ମାଡ଼ ମାରୁଥିଲା । ସେମାନଙ୍କୁ ଖାଇବା ନଦେଇ ବିଭିନ୍ନ ସମୟର ନିର୍ଯାତନା ଦେଉଥିଲେ । ଅନେକ ସମୟରେ ସେମାନେ ମାଗିଯାଚି ଖାଉଥିଲେ । ଆମେ ସମାଧାନ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ତାହା ବିଫଳ ହୋଇଥିଲା ।" ଏହି ଘଟଣାକୁ ନେଇ ପୋଲିସ ଗତକାଲି(ବୁଧବାର) ପୁଅ ପ୍ରଶାନ୍ତ ସେଠୀଙ୍କୁ ଗିରଫ କରିଥିବା ବେଳେ ଆଜି କୋର୍ଟ ଚାଲାଣ କରିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details