ଜଗତସିଂହପୁର:ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ବିବାହ ବିବାଦ । ବାନ୍ଧବୀ ସୋମାଲିକା ଦାଶଙ୍କ ବୟାନ ରେକର୍ଡ କରିବା ସହ ଡାକ୍ତରୀ ମାଇନା କରିଛି ଜଗତସିଂହପୁର ପୋଲିସ । IICଙ୍କ ସମେତ ଦୁଇ ମହିଳା ଅଧିକାରୀ ସୋମାଲିକାଙ୍କୁ ୮ଘଣ୍ଟା ଧରି ଜେରା କରି ପ୍ରାୟ ୫୦ରୁ ଅଧିକ ପ୍ରଶ୍ନ ପଚାରିଥିବା ଜଣାପଡ଼ିଛି । ଅନ୍ୟପଟେ ପୋଲିସ ଗଣମାଧ୍ୟମ ସାମ୍ନାରେ ଏ ନେଇ ମୁହଁ ଖୋଲିନାହିଁ । ଆଗାମୀ ଦିନରେ ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦିଆଯିବ ବୋଲି SDPO ପ୍ରକାଶ କରିଛନ୍ତି ।
ଆଜି ସକାଳ ୧୦ଟା ସମୟରେ ବିଧାୟକଙ୍କ ବାନ୍ଧବୀ ସୋମାଲିକା ଜଗତସିଂହପୁର ଥାନାରେ ପହଞ୍ଚିଥିଲେ। ସାଥୀରେ ଥିଲେ ସହଯୋଗୀ ସ୍ନିଗ୍ଧା ବିଶ୍ବାଳ । ଜଗତସିଂହପୁର ପୋଲିସ ପକ୍ଷରୁ ବୟାନ ରେକର୍ଡ ପାଇଁ ସ୍ବତନ୍ତ୍ର କୋଠରୀରେ ବ୍ୟବସ୍ଥା କରାଯାଇଥିଲା । ଏସଡିପିଓ, ଆଇଆଇସିଙ୍କ ସମେତ ୨ ମହିଳା ଅଧିକାରୀ ସୋମାଲିକାଙ୍କୁ ୫୦ରୁ ଅଧିକ ପ୍ରଶ୍ନ ପଚାରିଥିଲେ। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏକ ରୁଦ୍ଧ ଦ୍ବାର କୋଠରୀ ଭିତରେ ସୋମାଲିକାଙ୍କୁ ରଖା ଯାଇ ବୟାନ ରେକର୍ଡ କରିଥିଲା ପୋଲିସ। ସନ୍ଧ୍ୟା ହେବାରୁ ଜଗତସିଂହପୁର ପୋଲିସ ସୋମାଲିକାଙ୍କୁ ନେଇ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା । ସେଠାରେ ତାଙ୍କର ଡାକ୍ତରୀ ମାଇନା କରାଯାଇଥିଲା ।