ଜଗତସିଂହପୁର: ସହର ଉପକଣ୍ଠ ବଡବାଗ ଗ୍ରାମରେ ନାଗସାପ ଆତଙ୍କ ଦେଖାଯାଇଛି । ଅଦ୍ୟାବଧି 4 ଜଣଙ୍କୁ ସାପ କାମୁଡିଥିବା ଜଣାପଡିଛି । ସେମାନେ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ଗାଁରୁ ଆଜି ଗୋଟିଏ ନାଗସାପକୁ ସ୍ନେକ ହେଲ୍ପ ଲାଇନର କର୍ମକର୍ତ୍ତା ଉଦ୍ଧାର କରିଛନ୍ତି ।
ବଡବାଗ ଗ୍ରାମରେ ନାଗସାପ ଆତଙ୍କ - BADABAG
ଜଗତସିଂହପୁର ସହର ଉପକଣ୍ଠ ବଡବାଗ ଗ୍ରାମରେ ନାଗସାପ ଆତଙ୍କ ଦେଖାଯାଇଛି ।
ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର
ସୂଚନାଅନୁସାରେ, ଗତ 4 ଦିନ ତଳେ ଗ୍ରାମର ଜଣଙ୍କ ବାରିପଟୁ 100ଟି ନାଗସାପ ଅଣ୍ଡା ଉଦ୍ଧାର କରାଯାଇଥିଲା । ଏହାପରେ ନାଗସାପ 4 ଜଣଙ୍କୁ ଦଂଶନ କରିସାରିଛନ୍ତି । ଏପରିକି ରାତିରେ ରାସ୍ତାରେ ନାଗସାପ ଚଳପ୍ରଚଳ ହେଉଥିବା ଦେଖିବାକୁ ମିଳୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଆଜି ପୁଣି ଏକ ନାଗସାପ ଦେଖାଯିବାରୁ ସ୍ନେକ ହେଲ୍ପ ଲାଇନର କର୍ମକର୍ତ୍ତା ପଞ୍ଚାନନ ସେଠୀ ସାପକୁ ଉଦ୍ଧାର କରିଛନ୍ତି । ତେବେ ନାଗସାପକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇଥିବା ଦେଖିବାକୁ ମିଳିଛି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ