ଜଗତସିଂହପୁର:ସ୍ଥାନୀୟ ଚଟେରା ମାର୍କେଟର ଆଦର୍ଶ ମଣ୍ଡିର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଆଦର୍ଶ ମଣ୍ଡି ନିର୍ମାଣରେ ୨ କୋଟି ୬୦ ଲକ୍ଷ, ୪୬ ହଜାର, ୧୩୪ ଟଙ୍କା ବ୍ୟୟ ଅଟକଳ ରହିଛି । ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ଜଗତସିଂହପୁର ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ ଉପସ୍ଥିତ ରହି ମଣ୍ଡିର ଶିଳାନ୍ୟାସ କରିଥିଲେ ।
ଜଗତସିଂହପୁରରେ ସ୍ମାର୍ଟ ମଣ୍ଡି: ଶିଳାନ୍ୟାସ କଲେ ବିଧାୟକ, ନିର୍ମାଣ ହେବ ୨୫୦ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ 2ଟି ଗୋଦାମ
ସ୍ଥାନୀୟ ଚଟେରା ମାର୍କେଟର ଆଦର୍ଶ ମଣ୍ଡିର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଆଦର୍ଶ ମଣ୍ଡି ନିର୍ମାଣରେ ୨ କୋଟି ୬୦ ଲକ୍ଷ, ୪୬ ହଜାର, ୧୩୪ ଟଙ୍କା ବ୍ୟୟ ଅଟକଳ ରହିଛି । ଅଧିକ ପଢ଼ନ୍ତୁ
ଜଗତସିଂହପୁର ସ୍ମାର୍ଟ ମଣ୍ଡିର ଶିଳାନ୍ୟାସ କଲେ ବିଧାୟକ
ଏହି ମଣ୍ଡିରେ କୃଷକଙ୍କ ସୁବିଧା ପାଇଁ ଅନ୍ଲାଇନ୍ ବ୍ୟବସ୍ଥା ସହ ପାନୀୟ ଜଳ, ଶୌଚାଳୟ, ମିନି ବ୍ୟାଙ୍କ ଓ ଏଟିଏମ୍ ବ୍ୟବସ୍ଥା ରହିବ । ସେହିପରି ବିକ୍ରି କରିବା ପାଇଁ ଆଣିଥିବା ବଳକା ପନିପରିବା ପାଇଁ ମିନି ଶୀତଳ ଭଣ୍ଡାରର ବ୍ୟବସ୍ଥା ଉପଲବ୍ଧ ହେବ । ସେହିପରି ୨୫୦ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଦୁଇଟି ଗୋଦାମ ଘର ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛି ପ୍ରଶାସନ । ଏହି ଶିଳାନ୍ୟାସ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ ଉପସ୍ଥିତ ଥିଲେ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ