ଓଡିଶା

odisha

ETV Bharat / state

ଜଗତସିଂହପୁରରେ ବଦଳିଲା ନିୟମ, ଦିନ 2ଟା ପରେ ସଟଡାଉନ୍‌ - shutdown after 2 p.m. at Jagatsinghpur

ସମ୍ପ୍ରତି କୋରୋନା ସ୍ଥିତିକୁ ନେଇ ଜଗତସିଂହପୁର ଜିଲ୍ଲା ଜୋନ ନଂ-1 ରେ ସ୍ଥାନିତ ହେବା ପରେ ପ୍ରଶାସନ ତାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ।

shutdown-after-2-pm-at-jagatsinghpur
ଜଗତସିଂହପୁର ବଦଳିଲା ନିୟମ, ଦିନ 2ଟା ପରେ ସଟଡାଉନ୍‌

By

Published : Jul 1, 2020, 9:40 PM IST

ଜଗତସିଂହପୁର: ଜିଲ୍ଲା ପ୍ରଶାସନ ପକ୍ଷରୁ ଜୁଲାଇ 1 ତାରିଖ ଠାରୁ ନୂତନ କଟକଣା ଆରମ୍ଭ କରାଯାଇଛି । ସମ୍ପ୍ରତି କୋରୋନା ସ୍ଥିତିକୁ ନେଇ ଜଗତସିଂହପୁର ଜିଲ୍ଲା ଜୋନ ନଂ-1 ରେ ସ୍ଥାନିତ ହେବା ପରେ ପ୍ରଶାସନ ତାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ।

ଜଗତସିଂହପୁରରେ ବଦଳିଲା ନିୟମ, ଦିନ 2ଟା ପରେ ସଟଡାଉନ୍‌

ଜୁନ ମାସ ଭଳି ଜୁଲାଇରେ ସକାଳ 7ଟା ଠାରୁ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆଉ ଦୋକାନ ବଜାର ଖୋଲାଯିବ ନାହିଁ। ଆଜିଠାରୁ ସକାଳ 7ଟାରୁ ଦିନ 2ଟା ପର୍ଯ୍ୟନ୍ତ ଜିଲ୍ଲାରେ ଦୋକାନ ବଜାର ଖୋଲିବ ଏବଂ ଦିନ 2ଟା ପରେ ମେଡ଼ିସିନ ଷ୍ଟୋରକୁ ଛାଡିଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ଶନିବାର ଓ ରବିବାର ଦିନ ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ସଟଡାଉନ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details