ଜଗତସିଂହପୁର:ଅଢଙ୍ଗ ଗଡ଼ରେ ଶ୍ରୀକ୍ଷେତ୍ର ମହୋତ୍ସବ ଅନୁଷ୍ଠିତ ହୋଇଛି । ଶ୍ରୀ ଯସବନ୍ତ ଦାସଙ୍କ ମହା ପ୍ରୟାଣ ତିଥି ଓଢଣ୍ଣ ଷଷ୍ଠୀରେ ଏହି ଶ୍ରୀକ୍ଷେତ୍ର ମହୋତ୍ସବ ପାଳିତ ହୋଇ ଆସୁଛି । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ମହାପୁରୁଷ ଯସବନ୍ତ ଦାସଙ୍କ ଦେହତ୍ୟାଗ ସମୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ ଏହିଠାରେ ଦର୍ଶନ ଦେଇଥିଲେ । ତେଣୁ ଏହି ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ସ୍ଥାନକୁ ଆସନ୍ତି ବୋଲି ଲୋକେ ବିଶ୍ୱାସ କରିଥାନ୍ତି ।
ଜଗତସିଂହପୁର ବିରିଡି ବ୍ଲକ ଅନ୍ତର୍ଗତ ଅଢଙ୍ଗ ନାଇଲୋ ଠାରେ ଶ୍ରୀକ୍ଷେତ୍ର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଅନନ୍ୟ ଭକ୍ତ ତଥା ପଞ୍ଚସଖା ଯୁଗର ମହାପୁରୁଷ ଶ୍ରୀ ଯସବନ୍ତ ଦାସଙ୍କ ମହା ପ୍ରୟାଣ ତିଥି ଓଢର୍ଣ୍ଣ ଷଷ୍ଠୀରେ ଏହି ଶ୍ରୀକ୍ଷେତ୍ର ମହୋତ୍ସବ ପାଳିତ ହୋଇ ଆସୁଛି । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ପୁରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରୁ ଶୁଖିଲା ନିର୍ମାଲ୍ୟ ଓ ଟାହିଆ ଆସିବା ପରେ ଯସବନ୍ତ ଦାସଙ୍କ ସମାଧି ପୀଠରେ ଲାଗି ହୋଇଥିଲା । ପରେ ଆଳତୀ କରା ଯାଇଥିଲା । ଏହି ଦୃଶ୍ୟ ଦେଖିବା ପାଇଁ ମହାପୁରୁଷ ଯସବନ୍ତ ଦାସଙ୍କ ପୀଠରେ ପ୍ରବଳ ଜନ ସମାଗମ ହୋଇଥିଲା । କିମ୍ବଦନ୍ତୀ ଅନୁସାରେ ପାଞ୍ଚଶହ ବର୍ଷ ତଳେ ଯସବନ୍ତ ଦାସଙ୍କ ଜନ୍ମ ଏହିଠାରେ ହୋଇଥିଲା । ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସେ ଅନେକ ଭଜନ, ଦୋହ ଓ ରଚନା ବଳି ଲେଖି ଯାଇଛନ୍ତି । ଯାହା ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି ।