ଓଡିଶା

odisha

By

Published : Aug 6, 2020, 9:35 AM IST

ETV Bharat / state

ଜଗତସିଂହପୁରରେ ସକାଳ 7ଟାରୁ ଅପରାହ୍ନ 4ଯାଏଁ ଖୋଲିବ ଦୋକାନ

କୋରୋନା କଟକଣା ଯୋଗୁଁ ଜିଲ୍ଲାରେ ସୃଷ୍ଟି ହୋଇଛି ବ୍ୟାପକ ବେକାରୀ ସମସ୍ୟା । ସୀମିତ ସମୟ ଅର୍ଥାତ୍‌ ସକାଳ 7ଟାରୁ ଅପରାହ୍ନ 2ଟା ଯାଏଁ ଦୋକାନ ଖୋଲିବାରୁ ଅଳ୍ପ ସମୟରେ ହୋଇପାରୁନି ପର୍ଯ୍ୟାପ୍ତ ଲାଭ । ଏନେଇ ଜିଲ୍ଲାପାଳଙ୍କୁ ଦାବି ଜଣାଇବା ପରେ ବଦଳିଛି ନିୟମ ।

new rule in jagatsinghpur, covid restriction in jagatsinghpur, jagatsinghpur latest news, covid update in jagatsinghpur, ଜଗତସିଂହପୁରରେ ନୂଆ ନିୟମ, ଜଗତସିଂହପୁରରେ କୋରୋନା କଟକଣା କୋହଳ, ଜଗତସିଂହପୁର ଲାଟେଷ୍ଟ ନ୍ୟୁଜ୍‌, ଜଗତସିଂହପୁରରେ କୋରୋନା ଅପଡେଟ
ଜଗତସିଂହପୁରରେ ସକାଳ 7ଟାରୁ ଅପରାହ୍ନ 4ଯାଏଁ ଖୋଲିବ ଦୋକାନ

ଜଗତସିଂହପୁର: କୋରୋନା କଟକଣା ଯୋଗୁଁ ଜିଲ୍ଲାରେ ସୃଷ୍ଟି ହୋଇଛି ବ୍ୟାପକ ବେକାରୀ ସମସ୍ୟା । ସୀମିତ ସମୟ ଅର୍ଥାତ୍‌ ସକାଳ 7ଟାରୁ ଅପରାହ୍ନ 2ଟା ଯାଏଁ ଦୋକାନ ଖୋଲିବାରୁ ଅଳ୍ପ ସମୟରେ ହୋଇପାରୁନି ପର୍ଯ୍ୟାପ୍ତ ଲାଭ । ଏନେଇ ଜିଲ୍ଲାପାଳଙ୍କୁ ଦାବି ଜଣାଇବା ପରେ ବଦଳିଛି ନିୟମ । ଏଣିକି ଗୁରୁବାରୁଠାରୁ ସକାଳ 7ଟାରୁ ଅପରାହ୍ନ 4ଟା ଯାଏଁ ସମସ୍ତ ଦୋକାନ ବଜାର ଓ ସପିଂ ମଲ ଖୋଲିବା ପାଇଁ ଅନୁମତି ଦେଇଛି ଜିଲ୍ଲା ପ୍ରଶାସନ ।

ଜଗତସିଂହପୁରରେ ସକାଳ 7ଟାରୁ ଅପରାହ୍ନ 4ଯାଏଁ ଖୋଲିବ ଦୋକାନ

ସୂଚନା ଅନୁଯାୟୀ ଜିଲ୍ଲାରେ ଲାଗୁ କୋରୋନା କଟକଣା ନିୟମ ଅନୁଯାୟୀ ବ୍ୟବସାୟୀମାନେ ବିପୁଳ କ୍ଷତି ସହିବାରୁ କର୍ମଚାରୀଙ୍କ ଛଟେଇ ଆରମ୍ଭ ହୋଇଥିଲା । ଏଥିରେ ଅସନ୍ତୋଷ ହେଇ ବିଭିନ୍ନ ସଙ୍ଗଠନ ଓ ବ୍ୟବସାୟୀ ସଂଘ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ଜିଲ୍ଲାରେ ବ୍ୟବସାୟୀମାନଙ୍କ ଅସୁବିଧାକୁ ନଜରରେ ରଖି ଜିଲ୍ଲ ପ୍ରଶାସନ ଏପରି ନିଷ୍ପତ୍ତି ନେଇଥିବା ଜଣା ପଡିଛି ।

ଜଗତସିଂହପୁରରେ ସକାଳ 7ଟାରୁ ଅପରାହ୍ନ 4ଯାଏଁ ଖୋଲିବ ଦୋକାନ

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details