ଓଡିଶା

odisha

ETV Bharat / state

ଜଗତସିଂହପୁରରେ ସେକ୍ସ ରାକେଟ ଠାବ, 12 ଅଟକ - Sex racket in jagatsinghpur

ଜଗତସିଂହପୁର ଜିଲ୍ଲାରେ ସେକ୍ସ ରାକେଟ ଠାବ । ଜିଲ୍ଲାର ସିପି ଛକସ୍ଥିତ ବୃନ୍ଦାବନ ଗେଷ୍ଟ ହାଉସରେ ଚାଲିଥିଲା ଏହି ରାକେଟ । ଅସଞ୍ଜତ ଅବସ୍ଥାରେ 12 ଛାତ୍ରୀ ଓ ଯୁବକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି ପୋଲିସ ।

Sex racket in jagatsinghpu
ଜଗତସିଂହପୁରରେ ସେକ୍ସ ରାକେଟ ଠାବ

By

Published : Nov 27, 2019, 11:42 PM IST

ଜଗତସିଂହପୁର: ଜିଲ୍ଲାରେ ସେକ୍ସ ରାକେଟ ଠାବ । ସହରର ସିପି ଛକସ୍ଥିତ ବୃନ୍ଦାବନ ଗେଷ୍ଟ ହାଉସରୁ ଅସଞ୍ଜତ ଅବସ୍ଥାରେ କିଛି କଲେଜ ଛାତ୍ରୀ ଓ ଯୁବକଙ୍କୁ ଉଦ୍ଧାର କରି ପୋଲିସ ନିଜ ହେପାଜତକୁ ନେଇଥିବା ଜଣାପଡିଛି । ଏହି ରାକେଟରେ ଆଉ କେତେଜଣ ସାମିଲ ଅଛନ୍ତି ଏନେଇ ପୋଲିସର ଛାନଭିନ ଜାରି ରହିଛି ।

ଜଗତସିଂହପୁରରେ ସେକ୍ସ ରାକେଟ ଠାବ
ସୂଚନାନୁଯାୟୀ, ସିପିଛକ ସ୍ଥିତ ବୃନ୍ଦାବନ ଗେଷ୍ଟ ହାଉସରେ ସେକ୍ସ ରାକେଟ ଚାଲୁଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ପରେ ଚଢାଉ କରିବା ପରେ ଅସଞ୍ଜତ ଅବସ୍ଥାରେ 12 ଜଣଙ୍କୁ ପୋଲିସ ଉଦ୍ଧାର କରି ଥାନାରେ ଅଟକ ରଖିଛି । ଏମାନେ ଏକ ନିର୍ଦ୍ଧିଷ୍ଟ କଲେଜର ଛାତ୍ରଛାତ୍ରୀ ବୋଲି ଜଣାପଡିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details