ଜଗତସିଂହପୁର: କଟକ-ପାରାଦ୍ବୀପ ରାସ୍ତା ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାରର 3 ଜଣ ଗୁରୁତର ହୋଇଛନ୍ତି।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତକାଲି ବିଳମ୍ବିତ ରାତ୍ରରେ ଏରସମାର ଏକ ପରିବାର କଟକରୁ ନିଜ ଗାଁକୁ ଫେରିବା ସମୟରେ ରଘୁନାଥ ପୁର ଥାନା କୂଳସାହି ଖଣ୍ଡତିରି ନିକଟରେ ରାସ୍ତା କଡରେ ଥୁଆ ହୋଇଥିବା ଏକ ବୋଲରକୁ ଧକ୍କା ଦେଇଥିଲା। ଫଳରେ ବୋଲରଟି ରାସ୍ତା କଡ଼କୁ ଛିଟିକି ପଡି ଭାଙ୍ଗି ରୁଜିଯାଇଥିଲା।