ପାରାଦ୍ୱୀପରେ ଦୁଇଟି ବସ ମୁଁହାମୁହିଁ ଧକ୍କା ପାରାଦ୍ୱୀପ:ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ନିକଟସ୍ଥ ପଥୁରିଆ ନିକଟରେ ଦୁଇଟି ବସ ମୁଁହାମୁହିଁ ଧକ୍କା । ଫଳରେ ଉଭୟ ବସର ୨୦ର ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ପ୍ରଥମେ ମଣିଜଙ୍ଗା ଓ ପରେ ଗୁୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ଏହା ମଧ୍ୟ ପଢନ୍ତୁ- ମୋ ବସ୍ ଓ କାର ମୁହାଁମୁହିଁ ଧକ୍କା, ଜଣେ ମୃତ 15 ଆହତ
ସୂଚନା ମୁତାବକ, ଗତକାଲି(ମଙ୍ଗଳବାର) ରାତି ୮ଟା ସମୟରେ କଟକରୁ ପାରାଦ୍ୱୀପ ଯାଉଥିବା ଏକ ବସ୍ ଓ ବିପରୀତ ଦିଗରୁ ଆସୁଥିବା ଏକ ବସ୍ ସହ ପଥୁରିଆ ନିକଟରେ ମୁଁହାମୁହିଁ ଧକ୍କା ହୋଇଥିଲା । ଫଳରେ ଦୁଇଟି ଯାକ ବସ ରାସ୍ତା ତଳକୁ ଖସି ପଡ଼ିଥିଲେ । ଦୁର୍ଘଟଣାଗ୍ରସ୍ତ ବସ୍ ମଧ୍ୟରୁ ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏଥି ସହିତ କୁଜଙ୍ଗ ଥାନା ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ କୁଜଙ୍ଗ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଆହତ ମାନଙ୍କୁ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।
ଏହା ମଧ୍ୟ ପଢନ୍ତୁ- କାର-ଟ୍ରକ ମୁହାଁମୁହିଁ ଧକ୍କା; ଚାଲିଗଲା ବାପାମାଆ ଓ ଛୁଆର ଜୀବନ
ତେବେ ପ୍ରବଳ ବର୍ଷା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଘନ ଅନ୍ଧକାର ମଧ୍ୟରେ ଉଦ୍ଧାର କାର୍ଯ୍ୟ କରଥିଲା ଅଗ୍ନିଶମ ବିଭାଗ । କିଛି ଆହତ ବ୍ୟକ୍ତି ବସ୍ ତଳେ ଚାପି ହୋଇ ରହି ଯାଇଥିବା ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ରାତି ୮ଟା ବେଳେ ପ୍ରବଳ ବର୍ଷା ହେଉଥିଲା । ହଠାତ ଏକ ବିରାଟ ଶବ୍ଦ ଶୁଣା ଯାଇଥିଲା । ବର୍ଷା ହେଉଥିବାରୁ ଲୋକେ ବାହାରି ନଥିଲେ । କିଛି ସମୟ ପରେ ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଯାଇ ଦୁର୍ଘଟଣା ହୋଇଥିବା ଦେଖିବାକୁ ପାଇଥିଲେ । ପରେ ବସ୍ ଭିତରୁ ଆହତ ଯାତ୍ରୀଙ୍କୁ ଉଦ୍ଧାର କରିବା ସହିତ ଅଗ୍ନିଶମ ବିଭାଗ ଓ କୁଜଙ୍ଗ ଥାନାକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ ।
ପ୍ରକାଶ ଥାଉକି, ଗତ ଦୁଇ ଦିନ ପୂର୍ବେ ପୁରୀ କୋଣାର୍କ ବାଲିଘାଇ ନିକଟରେ ମୋ ବସ୍ ଓ କାର ମୁହାଁମୁହିଁ ଧକ୍କା ହୋଇଥିଲା । କାର ସହ ମୋ ବସ୍ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣାରେ 15ଜଣ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ଇଟିଭି ଭାରତ, ଜଗତସିଂହପୁର