ଓଡିଶା

odisha

ETV Bharat / state

ପାରାଦୀପରେ 3 ସାଙ୍ଗଙ୍କୁ ଘୋଷାରି ନେଲା ହାଇଓ୍ବା, ଜଣେ ମୃତ 2 ଗୁରୁତର - 2 sever injured

ରାସ୍ତାରେ ଠିଆ ହୋଇ ଗପୁଥିବାବେଳେ ବାଇକକୁ ଧକ୍କା ଦେଲା ହାଇଓ୍ବା । ଦୁର୍ଘଟଣାରେ ଜଣେ ସାଙ୍ଗର ମୃତ୍ୟୁ ହୋଇଥିବାବେଲେ ଅନ୍ୟ 2 ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ଅଧିକ ପଢନ୍ତୁ...

njured
ପାରାଦୀପରେ ବାଇକକୁ ପିଟିଲା ହାଇଓ୍ବା

By

Published : Jan 30, 2020, 11:54 PM IST

ଜଗତସିଂହପୁର: ପାରାଦ୍ବୀପ ଅଠରବାଙ୍କି ଟର୍ମିନାଲ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡକ ଦୁର୍ଘଟଣା । ଏକ ବାଇକକୁ ପଛପଟୁ ଧକ୍କା ଦେଲା ହାଇୱା। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଗୁରୁତର ହୋଇଛନ୍ତି । ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ପାରାଦୀପରେ ବାଇକକୁ ପିଟିଲା ହାଇଓ୍ବା

ସୂଚନାମୁତାବକ, ଦୁର୍ଘଟଣାରେ ମୃତାହତ ହୋଇଥିବା 3 ଜଣ ସାଙ୍ଗ ଆଇଓସିଏଲର ଏକ ଠିକାସଂସ୍ଥାରେ କାର୍ଯ୍ୟ କରନ୍ତି। ତେଲ ପକାଇବାକୁ ଯିବାପାଇଁ କଥା ହେଉଥିବା ସମୟରେ ଅଚାନକ ଉକ୍ତ ବାଇକ ସହିତ ତିନି ସାଙ୍ଗକୁ ଧକ୍କା ଦେଇ ଘୋଷାରି ନେଇଥିଲା ହାଇୱା। ଫଳରେ ଘଟଣାସ୍ଥଳରେ ବିହାର ବିଦ୍ୟାପତିପୁର ଥାନା ଅଞ୍ଚଳର ନିତେସ ଠାକୁରଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇଜଣ ଉତ୍ତରପ୍ରଦେଶ ଗାଜିପୁରର ବଲୱନ୍ତ ପଟେଲ ଓ କେନ୍ଦ୍ରାପଡ଼ା ଜିଲ୍ଲାର ସତ୍ୟଜିତ ମହାନ୍ତି ଗୁରୁତର ଆହତ ହୋଇଛନ୍ତି।

ସେମାନଙ୍କୁ ପ୍ରଥମେ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଘଟଣାରେ ଦୁର୍ଘଟଣା ଘଟାଇଥିବା ହାଇୱା ଡ୍ରାଇଭର ଫେରାର ଅଛି। ପାରାଦ୍ବୀପ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡିକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details