ଜଗତସିଂହପୁର:ବହୁ ଚର୍ଚ୍ଚିତ ଢ଼ିଙ୍କିଆରେ ପ୍ରସ୍ତାବିତ JSW ପ୍ରକଳ୍ପକୁ ନେଇ ଏକ ଅଡିଓ ଭାଇରାଲ ହେବାପରେ ଅଭୟଚାନ୍ଦପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପ୍ରସ୍ତାବିତ JSW ପ୍ରକଳ୍ପକୁ ବିରୋଧ କରି ପୋଲିସକୁ ବଦନାମ କରିବାକୁ ଏହା କରୁଛି ବୋଲି ସପକ୍ଷବାଦୀ ମାନେ କହିଛନ୍ତି । ଅଡିଓରେ ଦୁଇ ଜଣ ବାର୍ତ୍ତାଳାପ କରୁଛନ୍ତି ଯେ, ଢ଼ିଙ୍କିଆର 20 ଜଣ ମହିଳାଙ୍କୁ ଭୁବନେଶ୍ବର ନେଇ ସେଠାରେ ଧାରଣା ଦେଲେ, ରାଜ୍ୟରେ ଚର୍ଚ୍ଚା ହେବ ଫଳରେ ଜଗତସିଂହପୁର ପୋଲିସ ବଦନାମ ହେବ ବୋଲି କୁହାଯାଇଛି ।
ଜଗତସିଂହପୁର ପୋଲିସକୁ ବଦନାମ ଷଡଯନ୍ତ୍ର ଅଡିଓ ଭାଇରାଲ, ଢିଙ୍କିଆରେ ବଢିଲା ସୁରକ୍ଷା ବ୍ୟବସ୍ଥା - ଜଗତସିଂହପୁର ପୋଲିସ ବଦନାମ ଅଡିଓ
ବହୁ ଚର୍ଚ୍ଚିତ ଢ଼ିଙ୍କିଆରେ ପ୍ରସ୍ତାବିତ JSW ପ୍ରକଳ୍ପକୁ ନେଇ ଏକ ଅଡିଓ ଭାଇରାଲ ହେବାପରେ ଅଭୟଚାନ୍ଦପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପ୍ରସ୍ତାବିତ JSW ପ୍ରକଳ୍ପକୁ ବିରୋଧ କରି ପୋଲିସକୁ ବଦନାମ କରିବାକୁ ଏହା କରୁଛି ବୋଲି ସପକ୍ଷବାଦୀ ମାନେ କହିଛନ୍ତି । ଅଧିକ ପଢନ୍ତୁ
![ଜଗତସିଂହପୁର ପୋଲିସକୁ ବଦନାମ ଷଡଯନ୍ତ୍ର ଅଡିଓ ଭାଇରାଲ, ଢିଙ୍କିଆରେ ବଢିଲା ସୁରକ୍ଷା ବ୍ୟବସ୍ଥା Security Strict in Dhinkia as an audio goes viral Conspiracy against jagatsinghpur police and JSW](https://etvbharatimages.akamaized.net/etvbharat/prod-images/768-512-15036750-thumbnail-3x2-dk.jpg)
ଜଗତସିଂହପୁର ପୋଲିସକୁ ବଦନାମ ଷଡଯନ୍ତ୍ର ଅଡିଓ ଭାଇରାଲ, ଢ଼ିଙ୍କିଆରେ ବଢିଲା ସୁରକ୍ଷା ବ୍ୟବସ୍ଥା
ଜଗତସିଂହପୁର ପୋଲିସକୁ ବଦନାମ ଷଡଯନ୍ତ୍ର ଅଡିଓ ଭାଇରାଲ, ଢ଼ିଙ୍କିଆରେ ବଢିଲା ସୁରକ୍ଷା ବ୍ୟବସ୍ଥା
ଯାହାକୁ ନେଇ ଜଗତସିଂହପୁର ପୋଲିସ ପକ୍ଷରୁ ଢ଼ିଙ୍କିଆରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯିବା ସହ ଆହୋରାତ୍ର ପୋଲିସ ପ୍ରେଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ତେବେ ଏହି ଘଟଣା ପ୍ରାୟୋଜିତ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ