ଓଡିଶା

odisha

ETV Bharat / state

ମା’ ଶାରଳା ମନ୍ଦିରରେ 144 ଧାରା ଜାରି, ଆଜିଠୁ ଚନ୍ଦନ ଯାତ୍ରା ଆରମ୍ଭ - Jagatsinghpur district administration imposes Section 144

ମା’ ଶାରଳା ମନ୍ଦିରରେ ଆଜି ଠାରୁ 21 ଦିନ ଯାଏଁ ହେବ ଚନ୍ଦନ ଯାତ୍ରା । ତେବେ କୋଭିଡ ଯୋଗୁଁ ସର୍ଵସାଧାରଣ ଦର୍ଶନରେ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ..

ମା ଶାରଳା ମନ୍ଦିରରେ 144 ଧାରା ଜାରି , ଆଜିଠୁ ଚନ୍ଦନ ଯାତ୍ରା ଆରମ୍ଭ
ମା ଶାରଳା ମନ୍ଦିରରେ 144 ଧାରା ଜାରି , ଆଜିଠୁ ଚନ୍ଦନ ଯାତ୍ରା ଆରମ୍ଭ

By

Published : May 15, 2021, 7:18 PM IST

ଜଗତସିଂହପୁର: ଜିଲ୍ଲାର ଇଷ୍ଟଦେବୀ ମା, ଶାରଳାଙ୍କ ମନ୍ଦିରରେ ଅକ୍ଷୟ ତୃତୀୟା ଅର୍ଥାତ ଶନିବାର ଠାରୁ 21 ଦିନ ପର୍ଯ୍ୟନ୍ତ ହେବ ଚନ୍ଦନ ଯାତ୍ରା । କୋଭିଡ ଯୋଗୁଁ ଯାତ୍ରା ନିରାଡ଼ମ୍ବର ଭାବେ ପାଳିତ ହେବ । ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ଯାତ୍ରା ପାଇଁ ଶନିବାର ଠାରୁ ମନ୍ଦିର ପରିସର ଓ ଚନ୍ଦନ ପୁଷ୍କରିଣୀ ଚତୃପାର୍ଶ୍ୱ ରେ 144 ଧାରା ଜାରି କରାଯାଇଛି।

ମା ଶାରଳା ମନ୍ଦିରରେ 144 ଧାରା ଜାରି , ଆଜିଠୁ ଚନ୍ଦନ ଯାତ୍ରା ଆରମ୍ଭ

ସର୍ଵସାଧାରଣ ଲୋକଙ୍କ ଦର୍ଶନ ଉପରେ କଟକଣା ଜାରି କରିଛି ଜଗତସିଂହପୁର ଜିଲ୍ଲା ପ୍ରଶାସନ। ଗତବର୍ଷ ଚନ୍ଦନ ଯାତ୍ରା ନୀତିକାନ୍ତି ମନ୍ଦିର ପରିସରରେ ପାଳନ କରାଯାଇଥିଲା । ଚଳିତ ବର୍ଷ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ପରିସରରେ ଚନ୍ଦନ ଯାତ୍ରା ନୀତିକାନ୍ତି କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଏହାକୁ ସେବକ ମାନେ ଦୃଢ ବିରୋଧ କରିବା ସହ ଚନ୍ଦନ ପୁଷ୍କରିଣୀରେ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ନୀତିକାନ୍ତି କରିବାକୁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଥିଲେ। ଏଥିରେ ପ୍ରଶାସନ ସମ୍ମତି ପ୍ରକାଶ କରିବା ସହ କୋଭିଡ ନେଗେଟିଭି ଥିବା ସେବକ ମାନଙ୍କ ଦ୍ୱାରା ନୀତିକାନ୍ତି ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ଶନିବାର ଠାରୁ ଚନ୍ଦନ ଯାତ୍ରା ଆୟୋଜନ ହୋଇଛି ।

ଜଗତସିଂହପୁର ରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details