ଓଡିଶା

odisha

ଛଟ୍ ପୂଜା ପାଇଁ ଜଳାଶୟରେ 144 ଧାରା ଲାଗୁ

କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଛଟ ପୂଜା ଉପରେ କଟକଣା ଲଗାଇଛନ୍ତି । ଛଟ୍ ପୂଜା ପାଇଁ ଜିଲ୍ଲାର ବିଭିନ୍ନ ଜଳାଶୟରେ 144 ଧାରା ଲାଗୁ କରାଯାଇଛି । ଅଧିକ ପଢନ୍ତୁ....

By

Published : Nov 19, 2020, 10:09 PM IST

Published : Nov 19, 2020, 10:09 PM IST

ଛଟ୍ ପୂଜା ପାଇଁ ଜିଲ୍ଲାର ବିଭିନ୍ନ ଜଳାଶୟରେ 144 ଧାରା ଲାଗୁ
ଛଟ୍ ପୂଜା ପାଇଁ ଜିଲ୍ଲାର ବିଭିନ୍ନ ଜଳାଶୟରେ 144 ଧାରା ଲାଗୁ

ଝାରସୁଗୁଡା: କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଛଟ ପୂଜା ଉପରେ କଟକଣା ଲଗାଇଛନ୍ତି । ଏହି କଟକଣା ଅନୁଯାୟୀ ଆସନ୍ତା ୨୦ ଓ ୨୧ ତାରିଖରେ ନଦୀ ଘାଟରେ ଛଟପୂଜା ଓ ସାମୁହିକ ସ୍ନାନ ଉପରେ କଟକଣା ଲଗାଯାଇଛି ଓ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଜଳାଶୟ ଉପରେ 144 ଧାରା ଲାଗୁ କରାଯାଇଛି ।

ଛଟ୍ ପୂଜା ପାଇଁ ଜିଲ୍ଲାର ବିଭିନ୍ନ ଜଳାଶୟରେ 144 ଧାରା ଲାଗୁ

ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଆଦେଶ ଜାରି ପରେ ଝାରସୁଗୁଡା ଜିଲ୍ଲା ପ୍ରଶାସନ ମଧ୍ୟ ଏନେଇ କଟକଣା ଜାରି କରିଛି । ଛଟ ପୂଜା ବେଳେ ବହୁସଂଖ୍ୟାର ଲୋକେ ନଦୀ କୂଳ ଓ ଘାଟଗୁଡ଼ିକରେ ଏକତ୍ରିତ ହୋଇପୂଜା କରୁଥିବାରୁ କୋରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି ।

ଛଟ୍ ପୂଜା ପାଇଁ ଜିଲ୍ଲାର ବିଭିନ୍ନ ଜଳାଶୟରେ 144 ଧାରା ଲାଗୁ

ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୦ ଓ ୨୧ ତାରିଖରେ ନଦୀ ଘାଟରେ ଛଟପୂଜା ଓ ସାମୁହିକ ସ୍ନାନ ଉପରେ କଟକଣା ଲଗାଯାଇଛି । ଲୋକେ ନଦୀକୁ ଆସିବା ବଦଳରେ ଘରେ ରହି ଉପଯୁକ୍ତ କୋରୋନା ସତର୍କତା ସହ ଛଟ ପୂଜା ପାଳନ କରିବାକୁ ଜିଲ୍ଲା ପ୍ରଶାସନ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି ନିର୍ଦ୍ଦେଶର ଉଲ୍ଲଙ୍ଘନ କରୁଥିବା ଲୋକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ।

ଛଟ୍ ପୂଜା ପାଇଁ ଜିଲ୍ଲାର ବିଭିନ୍ନ ଜଳାଶୟରେ 144 ଧାରା ଲାଗୁ

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details