ଜଗତସିଂହପୁର: ଜିଲ୍ଲାର ବିଭିନ୍ନ ସ୍ଥାନରେ ହିଂସା, ଆକ୍ରମଣ ଓ ବୁଥ ଦଖଲ ମଧ୍ୟରେ ୨ୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଜଗତସିଂହପୁର ବ୍ଲକର ୩୦ଟି ପଞ୍ଚାୟତରେ ମୋଟ ୧ ଲକ୍ଷ ୨୦ ହଜାର ୬୭୪ ଜଣ ଭୋଟର ଥିବାବେଳେ ୪୮ ହଜାର ୭୯୧ ଜଣ ପୁରୁଷ ଓ ୪୬ ହଜାର ୪୪୦ ମହିଳା ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ଶୁକ୍ରବାର ୯୫ ହଜାର ୨୩୧ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବା ଜଣାପଡ଼ିଛି, ଯାହାକି ୭୮,୯୨%ପ୍ରତିଶତ ।
Panchayat Poll: ନିର୍ବାଚନୀ ହିଂସା ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ - ଜଗତସିଂହପୁର ନିର୍ବାଚନ ଅପଡେଟ
ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ହିଂସା, ଆକ୍ରମଣ ଓ ବୁଥ ଦଖଲ ମଧ୍ୟରେ ୨ୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଜଗତସିଂହପୁର ବ୍ଲକର ୩୦ଟି ପଞ୍ଚାୟତରେ ମୋଟ ୧ ଲକ୍ଷ ୨୦ ହଜାର ୬୭୪ ଜଣ ଭୋଟର ଥିବାବେଳେ ୪୮ ହଜାର ୭୯୧ ଜଣ ପୁରୁଷ ଓ ୪୬ ହଜାର ୪୪୦ ମହିଳା ଭୋଟର ରହିଛନ୍ତି । ଅଧିକ ପଢନ୍ତୁ
ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟି ୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେହିଭଳି ଓଡ଼ିଶ ପଞ୍ଚାୟତରେ ୨ଟି ୱାର୍ଡର ଲୋକେ ଭୋଟ ବର୍ଜନ କରିଥିବା ବେଳେ ଖଇରଙ୍ଗ ପଞ୍ଚାୟତରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ପଟସରା ଗ୍ରାମର ଦୁଇଟି ବୁଥରେ ଦୁର୍ବୃତ୍ତ ମାନେ ପଶି ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ ମାରି ଭୋଟ ବାକ୍ସ ନେଇ ପଳାଇଯାଇଥିବା ଅଭିଯୋଗ ହୋଇଛି ।
୧ ନମ୍ବର ଜୋନର ଦୁଇଟି ବୁଥ ଦଖଲ ହେବାପରେ ସେଠାରେ ମତଦାନ ବାଧାପ୍ରାପ୍ତ ହୋଇଛି । ସେହିପରି ମଧୁସୂଦନପୁର ଶାସନ ପଞ୍ଚାୟତରେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ଠିକ ସମୟରେ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରାଇଛି । ୩୦ଟି ପଞ୍ଚାୟତର ପ୍ରାୟ ୧୫ଟି ପଞ୍ଚାୟତର ବିଭିନ୍ନ ବୁଥରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ