ଓଡିଶା

odisha

ETV Bharat / state

ଜଗତସିଂହପୁରରେ ଭୁତ ନେଉଛି covid-19 ଟୀକା ! - ଜଗତସିଂହପୁର କୋଭିଡ ଟିକାକରଣ

ପାଟେଣିଗାଁ ପଞ୍ଚାୟତର ଉରାଳି ଗ୍ରାମରେ ଜଣେ ମୃତ ବ୍ୟକ୍ତିଙ୍କୁ କୋଭିସିଲ୍ଡ ଟୀକାର ଦ୍ବିତୀୟ ଡୋଜ ଟୀକା ପ୍ରଦାନ କରାଯାଇଥିବା ସୂଚନା ମିଳିବା ପରେ ପରିବାର ଲୋକେ ଆଶ୍ଚର୍ଯ୍ୟ । ଅଧିକ ପଢନ୍ତୁ

covid vaccine confirmation message came on a person name who died in Covid five months ago at jagatsinghpur
ଜଗତସିଂହପୁରରେ ଭୁତ ନେଉଛି କୋଭିଡ ଟୀକା

By

Published : Dec 31, 2021, 8:16 PM IST

ଜଗତସିଂହପୁର:ସ୍ଥାନୀୟ ପାଟେଣିଗାଁ ପଞ୍ଚାୟତର ଉରାଳି ଗ୍ରାମରେ ଜଣେ ମୃତ ବ୍ୟକ୍ତିଙ୍କୁ କୋଭିସିଲ୍ଡ ଟୀକାର ଦ୍ବିତୀୟ ଡୋଜ ଟୀକା(covid-19 vaccine) ପ୍ରଦାନ କରାଯାଇଥିବା ସୂଚନା ମିଳିବା ପରେ ପରିବାର ଲୋକେ ଆଶ୍ଚର୍ଯ୍ୟ ।

ମିଳିଥିବା ସୂଚନା ଅନୁସାରେ ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ପାଟେଣି ଗାଁ ପଞ୍ଚାୟତରେ ଉରାଳି ଗ୍ରାମର ଗୋବିନ୍ଦ ଚନ୍ଦ୍ର ସାହୁ COVIDରେ ଆକ୍ରାନ୍ତ ହେବାପରେ ପାଞ୍ଚ ମାସ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଛି । ମାତ୍ର ମୃତ୍ୟୁର ପ୍ରାୟ ପାଞ୍ଚ ମାସ ପରେ ଅର୍ଥାତ ଗୁରୁବାର ରାତିରେ ପୁଅ ଶୁଭକାନ୍ତ ସାହୁଙ୍କୁ ମେସେଜ ଆସିଲା ଯେ, ମୃତ ଗୋବିନ୍ଦ ସାହୁଙ୍କ କୋଭିସିଲ୍ଡର ଦ୍ବିତୀୟ ଟୀକା ସଫଳ ହୋଇଛି ।

ଜଗତସିଂହପୁରରେ ଭୁତ ନେଉଛି କୋଭିଡ ଟୀକା !

ଏହାମଧ୍ୟ ପଢନ୍ତୁ: ଜଗତସିଂହପୁରରେ ସ୍ମାର୍ଟ ମଣ୍ଡି: ଶିଳାନ୍ୟାସ କଲେ ବିଧାୟକ, ନିର୍ମାଣ ହେବ ୨୫୦ ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ 2ଟି ଗୋଦାମ

ଏହି ଟୀକାକୁ ସସ୍ମିତା ଭୋଳ ନାମକ ଜଣେ ସ୍ବାସ୍ଥ୍ୟକର୍ମୀ ପ୍ରଦାନ କରିଥିବା ଉଲେଖ ରହିଛି । ସେହି ମେସେଜରେ ମୃତ ଗୋବିନ୍ଦ ସାହୁଙ୍କ ଆଧାର ନମ୍ବର ମଧ୍ୟ ଲିଙ୍କ୍‌ ରହିଥିବା ଜଣାପଡିଥିଲା । ଏହା ଜଣା ପଡ଼ିବା ପରେ ମଣ୍ଡାସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କ ସହ ପରିବାର ଲୋକେ ଯୋଗାଯୋଗ କରିଥିଲେ । ଏହା ଭୁଲ୍‌ବଶତଃ ହୋଇଛି ବୋଲି ସୁପରିଟେଣ୍ଡେଣ୍ଟ ପରିବାର ସଦସ୍ୟଙ୍କୁ କହିଛନ୍ତି ।

ଏହାକୁ ନେଇ ଜଗତସିଂହପୁର ଜିଲ୍ଲାରେ ଟିକାଦାନକୁ ନେଇ ପ୍ରଶ୍ନ ଉଠିଛି । ଆମେ ଏ ସମ୍ପର୍କରେ ଜଗତସିଂହପୁର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ ଏ ସମ୍ପର୍କରେ କିଛି ଜାଣି ନଥିବା କହିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details