ଓଡିଶା

odisha

ETV Bharat / state

ଆସନ୍ତାକାଲି ଖୋଲିବ ସ୍କୁଲ, ଜଗତସିଂହପୁର ପ୍ରସ୍ତୁତ - ଜଗତସିଂହପୁରର ବିଭିନ୍ନ ସ୍କୁଲରେ ପ୍ରସ୍ତୁତି

କୋଭିଡ କଟକଣା ମଧ୍ୟରେ ସମସ୍ତ ବିଦ୍ୟାଳୟ ଖୋଲାଯାଉଥିବାରୁ ଜଗତସିଂହପୁର ଜିଲ୍ଲାରେ ସମସ୍ତ ପ୍ରସ୍ତୁତି ସରିଛି । ଅଧିକ ପଢନ୍ତୁ...

ଜଗତସିଂହପୁର ଆସନ୍ତା କାଲି ଖୋଲିବ ସ୍କୁଲ, ଏଥିପାଇଁ ଜଗତସିଂହପୁରର ପ୍ରସ୍ତୁତ
ଜଗତସିଂହପୁର ଆସନ୍ତା କାଲି ଖୋଲିବ ସ୍କୁଲ, ଏଥିପାଇଁ ଜଗତସିଂହପୁରର ପ୍ରସ୍ତୁତ

By

Published : Jan 7, 2021, 8:10 PM IST

ଜଗତସିଂହପୁର: ଜିଲ୍ଲାରେ ଆସନ୍ତାକାଲି(ଶୁକ୍ରବାର) କୋଭିଡ କଟକଣା ମଧ୍ୟରେ ସମସ୍ତ ବିଦ୍ୟାଳୟ ଖୋଲାଯିବ । ଏହାକୁ ନେଇ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ସରକାରୀ ଗାଇଡ଼ଲାଇନ ଅନୁସାରେ ସମସ୍ତ ସ୍କୁଲ ଗୃହ ଗୁଡିକୁ ସାନିଟାଇଜ କରାଯାଇଛି। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଯେପରି 5 ଫୁଟର ବ୍ୟବଧାନ ରହିବ ସେଥିପାଇଁ ବ୍ୟବସ୍ଥା କରାଯାଇଛି । ଗୋଟେ ଡେସ୍କରେ ମାତ୍ର 2 ଜଣ ପିଲାଙ୍କୁ ବସିବାକୁ ଦିଆଯିବ । ଗୋଟିଏ ଶ୍ରେଣୀ ଗୃହ ଭିତରେ ମାତ୍ର 20 ଜଣ ପିଲା ପାଠ ପଢ଼ିବାର ବ୍ୟବସ୍ଥା କରାଯାଇଛି ।

ଜଗତସିଂହପୁର ଆସନ୍ତା କାଲି ଖୋଲିବ ସ୍କୁଲ, ଏଥିପାଇଁ ଜଗତସିଂହପୁରର ପ୍ରସ୍ତୁତ

ସ୍କୁଲକୁ ଛାତ୍ରଛାତ୍ରୀ ମାନେ ଆସିବା ବେଳେ ପ୍ରଥମେ ହାତକୁ ସାନିଟାଇଜ କରିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଶ୍ରେଣୀ ଗୃହରେ କେହି କାହାକୁ ଯେପରି ସ୍ପର୍ଶ କରି ନପାରିବେ ସେଥିପାଇଁ ଦୃଷ୍ଟି ଦିଆଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି । ଦୀର୍ଘ 9 ମାସ ପରେ ସ୍କୁଲ ଖୋଲାଯାଉ ଥିବାରୁ ଛାତ୍ର ଛାତ୍ରୀ ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details