ପାରାଦ୍ବୀପ:ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ବାରା ରାସ୍ତାରୋକ । ପାରାଦ୍ବୀପ ବନ୍ଦର କତ୍ତୃପକ୍ଷଙ୍କ ଟାଳଟୁଳ ନୀତି ଯୋଗୁଁ ୧୦୦ରୁ ଉର୍ଦ୍ଧ୍ବ ପିଲା ସ୍କୁଲ ଯିବାରୁ ବଞ୍ଚିତ । ଯାହାକୁ କେନ୍ଦ୍ର କରି ଛାତ୍ରଛାତ୍ରୀମାନେ ପାରାଦ୍ଵୀପ ଦୋଛକି ନିକଟରେ ପାରାଦ୍ଵୀପ-ଚଣ୍ଡିଖୋଲ ଓ ପାରାଦ୍ଵୀପ-କଟକ ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ(School Students Block cuttack Paradip Main Road) ।
ତେବେ ଛାତ୍ରଛାତ୍ରୀମାନଙ୍କ ଅଭିଯୋଗ ଅନୁଯାୟୀ ପାରାଦ୍ଵୀପ ବନ୍ଦର(Paradip Port) ପକ୍ଷରୁ ପାରାଦ୍ଵୀପ ଏନଏସି ବାଳକ ଓ ବାଳିକା ଦୁଇଟି ହାଇସ୍କୁଲକୁ ଯିବା ଆସିବା ପାଇଁ ଏକ ବସ୍ ଯୋଗାଇ ଦେଇଛନ୍ତି । ଏଥିପାଇଁ ଛାତ୍ରଛାତ୍ରୀମାନେ ବାର୍ଷିକ ୨୨୫୦ ଟଙ୍କା ଦେଇଥାନ୍ତି । ମାତ୍ର ଚଳିତ ବର୍ଷ ଛାତ୍ରଛାତ୍ରୀମାନେ ବାର୍ଷିକ ବସ୍ ଭଡା ଦେଇଥିଲେ ମଧ୍ୟ ବନ୍ଦର କତ୍ତୃପକ୍ଷ କିଛି ପିଲାଙ୍କ ଦେୟ ରଖିଥିବାବେଳେ ଅନ୍ୟମାନଙ୍କର ଫେରାଇ ଦେଇଥିଲେ ।