ଓଡିଶା

odisha

ETV Bharat / state

ଏସବିଏମ କେଲଜ ଜାଲ ରେଜିଷ୍ଟ୍ରେସନ ଘଟଣା , 121 ବିଦ୍ୟାର୍ଥୀ ପାଇଲେ ରେଜିଷ୍ଟ୍ରେସନ - ଏସବିଏମ କେଲଜ ଜାଲ ରେଜିଷ୍ଟ୍ରେସନ ଘଟଣା , 121 ବିଦ୍ୟାର୍ଥୀ ପାଇଲେ ରେଜିଷ୍ଟ୍ରେସନ

ସ୍ବାମୀ ବିବେକାନନ୍ଦ ସ୍ବୟଂ ଶାସିତ ମହାବିଦ୍ୟାଳୟର ବହୁ ଚର୍ଚ୍ଚିତ ଜାଲ ରେଜିଷ୍ଟ୍ରେସନ ବିବାଦର ଅବସାନ ଘଟିଛି । ଅଧିକ ସୂଚନା ପାଇଁ ପଢନ୍ତୁ ...

SBM College Fake Registration Incident 121 Students Get Registration
ଏସବିଏମ କେଲଜ ଜାଲ ରେଜିଷ୍ଟ୍ରେସନ ଘଟଣା , 121 ବିଦ୍ୟାର୍ଥୀ ପାଇଲେ ରେଜିଷ୍ଟ୍ରେସନ

By

Published : Feb 29, 2020, 5:01 AM IST

ଜଗତସିଂହପୁର: ସ୍ବାମୀ ବିବେକାନନ୍ଦ ସ୍ବୟଂ ଶାସିତ ମହାବିଦ୍ୟାଳୟର ବହୁ ଚର୍ଚ୍ଚିତ ଜାଲ ରେଜିଷ୍ଟ୍ରେସନ ବିବାଦର ଆଜି ଅବସାନ ଘଟିଛି । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଆନନ୍ଦ । 201- 16 ଶିକ୍ଷା ବର୍ଷରେ ସିଟ ଠାରୁ ଅଧିକ 124 ଜଣ ଛାତ୍ରଛାତ୍ରୀଙ୍କୁ ଜାଲ ରେଜିଷ୍ଟ୍ରେସନ ମାଧ୍ୟମରେ ଜାଲିଆତି କରି ତତ୍କାଳୀନ କଲେଜ କର୍ତ୍ତୃପକ୍ଷ ଆଡ଼ମିଶନ କରିଥିଲେ । ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ମାଇଗ୍ରେସନ ସାର୍ଟିଫିକେଟ ନମିଳିବାରୁ ଏହି ଘଟଣା ପଦାକୁ ଆସିଥିଲା ।

ଏସବିଏମ କେଲଜ ଜାଲ ରେଜିଷ୍ଟ୍ରେସନ ଘଟଣା , 121 ବିଦ୍ୟାର୍ଥୀ ପାଇଲେ ରେଜିଷ୍ଟ୍ରେସନ

ଏହି ଘଟଣାକୁ ନେଇ ଛାତ୍ରଛାତ୍ରୀମାନେ କଲେଜ କର୍ତ୍ତୃପକ୍ଷଙ୍କୁ ଘେରିବା ସହିତ ଧାରଣା ଦେଇଥିଲେ । ପରେ ଉଞ୍ଚାଶିକ୍ଷ ବିଭାଗ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ନିକଟରେ ଏନେଇ ଅଭିଯୋଗ ହୋଇଥିଲା । ଆଜି ଉଚ୍ଚଶିକ୍ଷା ବିଭାଗ 121 ଜଣ ଛାତ୍ରଛାତ୍ରୀ ଙ୍କୁ ସାନି ରେଜିଷ୍ଟ୍ରେସନ ନମ୍ବର ଦେବା ସହ ମାଇଗ୍ରେସନ ସାର୍ଟିଫିକେଟ ଦେଇଛନ୍ତି । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଆନନ୍ଦ ଲହରି ଖେଳିଯାଇଛି ।

ଜଗତସିଂହପୁର ରୁ ସୁଶାନ୍ତ କୁମାର ପାତ୍ର ,ଇଟିଭି ଭାରତ

ABOUT THE AUTHOR

...view details