ଜଗତସିଂହପୁର: ଅଡୁଆ ସୂତାରେ ଛନ୍ଦି ହୋଇଯାଇଛି ଜଗତସିଂହପୁର ଜିଲ୍ଲାର ଗୌରବ ବହନ କରୁଥିବା ତିର୍ତ୍ତୋଲର ଶାରଳା ସୂତା ମିଲ । ଏସବିଆଇ ବ୍ୟାଙ୍କ ସୂତାମିଲକୁ ସିଲ କରିଛି । ଏହି ମିଲ ଦିନେ ଭାରତ ସମେତ ସମଗ୍ର ଏସିଆ ମହାଦେଶରେ ନାଁ କରିଥିବା ବେଳେ ଏବେ ବନ୍ଦ ହେବାକୁ ବସିଛି । ଋଣ ଭାର ଯୋଗୁଁ ବ୍ୟାଙ୍କ ଏହାକୁ ସିଲ କରିଥିବା ବେଳେ ସ୍ଥାନୀୟ ଲୋକେ ଏନେଇ ଉଦବେଗ ପ୍ରକାଶ କରିଛନ୍ତି ।
ଅଡୁଆ ସୂତା ଫାଶରେ ଶାରଳା ସୂତାକଳ, ଋଣଭାର ଯୋଗୁଁ ବ୍ୟାଙ୍କ କଲା ସିଲ୍
ଅଡୁଆ ସୂତାରେ ଛନ୍ଦି ହୋଇଯାଇଛି ଜଗତସିଂହପୁର ତିର୍ତ୍ତୋଲର ଶାରଳା ସୂତା ମିଲ । ଦିନେ ଏହି ମିଲରୁ ଦେଶ ସମେତ ବିଦେଶକୁ ସୂତା ରପ୍ତାନୀ ହେଉଥିଲା । ମାତ୍ର ପ୍ରଥମେ ସରକାରୀ ଅବହେଳା ଓ ପରେ ଋଣଭାର ଆଜି ଏହି ମିଲ୍କୁ ଅକାମି କରିଛି । ମିଲକୁ ପୁନଃକାର୍ଯ୍ୟକ୍ଷମ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଦେଖନ୍ତୁ ଏହି ରିପୋର୍ଟ
ଅଡୁଆ ସୂତାର ଫାଶରେ ଶାରଳା ସୂତାକଳ, ଋଣଭାର ଯୋଗୁଁ SBI କଲା ସିଲ୍
ଶାରଳା ସୂତାମିଲ ଯୋଗୁଁ ସ୍ଥାନୀୟ ବାସିନ୍ଦା ନିଯୁକ୍ତି ପାଇଥିଲେ । ସୂତା ରପ୍ତାନି ଯୋଗୁଁ ଜିଲ୍ଲା ଗୌରବାନ୍ବିତ ହେଉଥିଲା । ମାତ୍ର ଏବେ ସୂତାକଳ ବନ୍ଦ ହେବାକୁ ଯାଉଥିବାରୁ ସ୍ଥାନୀୟ ଲୋକେ ଏହାକୁ ପୁନଃକାର୍ଯ୍ୟକ୍ଷମ ପାଇଁ ଦାବି କରିଛନ୍ତି । ଯଦି ମିଲ୍ ପୁନଃ କାର୍ଯ୍ୟକ୍ଷମ ହୁଅନ୍ତା ତେବେ ପୁଣି ହସିଉଠନ୍ତା ଏହି ଅଞ୍ଚଳ ।
ଇଟିଭି ଭାରତ, ଜଗତସିଂହପୁର