ଓଡିଶା

odisha

By

Published : May 28, 2020, 5:11 PM IST

ETV Bharat / state

କ୍ବାରେଣ୍ଟାଇନ ସେଣ୍ଟରରେ ଅନ୍ତେବାସୀଙ୍କୁ ମାଡ ମାରୁଛନ୍ତି ସରପଞ୍ଚଙ୍କ ସ୍ବାମୀ

ଏରସମା ବ୍ଲକ ଅନ୍ତର୍ଗତ ଗଡ଼ ବିଷୁନପୁର ପଞ୍ଚାୟତସ୍ଥିତ କ୍ବାରେଣ୍ଟାଇନ ସେଣ୍ଟରରେ ରହୁଥିବା ଢ଼ିଙ୍କିଆ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ଅନ୍ତେବାସୀଙ୍କୁ ସରପଞ୍ଚଙ୍କ ସ୍ବାମୀ ମାଡମାରୁଥିବାର ଭିଡିଓ ଭାଇରାଲ । ଘଟଣାକୁ ଗୁରୁତର ସହ ନେଇ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଖିଳ ଭାରତ ଯୁବ ସଙ୍ଘ ଜଗତସିଂହପୁର ଜିଲ୍ଲା ପରିଷଦ ଦାବି କରିଛି l ଅଧିକ ପଢନ୍ତୁ...

କ୍ବାରେଣ୍ଟାଇନ ସେଣ୍ଟରରେ ଅନ୍ତେବାସୀଙ୍କ ମାଡ ମାରୁଛନ୍ତି ସରପଞ୍ଚଙ୍କ ସ୍ବାମୀ
କ୍ବାରେଣ୍ଟାଇନ ସେଣ୍ଟରରେ ଅନ୍ତେବାସୀଙ୍କ ମାଡ ମାରୁଛନ୍ତି ସରପଞ୍ଚଙ୍କ ସ୍ବାମୀ

ଜଗତସିଂହପୁର: କ୍ବାରେଣ୍ଟାଇନ ସେଣ୍ଟରରେ ଜଣେ ଅନ୍ତେବାସୀଙ୍କୁ ସରପଞ୍ଚଙ୍କ ସ୍ବାମୀ ମାଡ ମାରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏରସମା ବ୍ଲକ ଅନ୍ତର୍ଗତ ଗଡ଼ ବିଷୁନପୁର ପଞ୍ଚାୟତସ୍ଥିତ କ୍ବାରେଣ୍ଟାଇନ ସେଣ୍ଟରରେ ରହୁଥିବା ଢ଼ିଙ୍କିଆ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ଅନ୍ତେବାସୀ କୁନାଲ ଦାସଙ୍କୁ ସରପଞ୍ଚଙ୍କ ସ୍ବାମୀ ପ୍ରଭାକର ବେହେରା ମାଡ ମାରିବା ସହ ଚେୟାର ଫୋପାଡୁ ଥିବାର ଦୃଶ୍ୟ ଦେଖାଯାଇଛି ।

କ୍ବାରେଣ୍ଟାଇନ ସେଣ୍ଟରରେ ଅନ୍ତେବାସୀଙ୍କ ମାଡ ମାରୁଛନ୍ତି ସରପଞ୍ଚଙ୍କ ସ୍ବାମୀ

ଘଟଣା ସାମ୍ନାକୁ ଆସିବା ପରେ ଜଣାପଡିଛି ଯେ କ୍ବାରେଣ୍ଟାଇନ ସେଣ୍ଟରରେ ଥିବା ଅନ୍ତେବାସୀଙ୍କୁ ଅତି ନିମ୍ନମାନର ଖାଦ୍ୟ ଦିଆଯାଇଥିଲା। ଅନ୍ତୋବାସୀମାନେ ଏହାକୁ ବିରୋଧ କରିବା ସହ ସରପଞ୍ଚଙ୍କ ସ୍ବାମୀଙ୍କ ସହ ଯୁକ୍ତିତର୍କ କରିଥିଲେ। ଏଥିରେ ରାଗିଯାଇ ସପରଞ୍ଚଙ୍କ ସ୍ବାମୀ ଚେୟାର ଫୋପାଡିବା ସହ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅନ୍ତେବାସୀଙ୍କୁ ବାଡିରେ ପିଟୁଥିବା ଅଭିଯୋଗ ହୋଇଛି। ତେବେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତର ସହ ନେଇ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଖିଳ ଭାରତ ଯୁବ ସଙ୍ଘ ଜଗତସିଂହପୁର ଜିଲ୍ଲା ପରିଷଦ ଦାବି କରିଛି l

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details