ଜଗତସିଂହପୁର:ନିର୍ବାଚନ ଆଚରଣବିଧି ଉଲ୍ଲଘନ କଲେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି । ଏନେଇ ଖଇରଙ୍ଗ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଶକ୍ତିଧର ମିଶ୍ର ଜିଲ୍ଲପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପାରୁଲ ପଟୱରିଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ବିଧାୟକଙ୍କ ନାଁରେ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗ ଆଣିଲେ ପ୍ରାର୍ଥୀ - ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗ
ଜଗତସିଂହପୁର ବିଧାୟକ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ । ସରପଞ୍ଚ ପ୍ରାର୍ଥୀ ଶକ୍ତିଧର ମିଶ୍ର ଜିଲ୍ଲପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପାରୁଲ ପଟୱରିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ
ନିର୍ବାଚନ ଆଚରଣବିଧି ଉଲ୍ଲଘନ କଲେ ବିଧାୟକ, ଅଭିଯୋଗ କଲେ ପ୍ରାର୍ଥୀ
ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ ଗତକାଲି ସନ୍ଧ୍ୟାରେ ବିଧାୟକ ଖଇରଙ୍ଗ ପଞ୍ଚାୟତ ର 11 ନମ୍ବର ୱାଡ଼ ବାସୁଦେବପୁର ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ସପନେଶ୍ୱର ମନ୍ଦିରରେ 700ରୁ ଅଧିକ କର୍ମୀଙ୍କୁ ନେଇ ସଭା କରିଥିଲେ। ସେ ଏହାର ଭିଡିଓ ଓ ଫଟୋ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଦେଇଥିବା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବିଧାୟକଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଭୁବନେଶ୍ୱରରେ ଥିବାରୁ ତାଙ୍କର ପ୍ରତିକ୍ରିୟା ହସ୍ତଗତ ହୋଇ ପାରିନାହିଁ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ