ଓଡିଶା

odisha

ETV Bharat / state

ଡି-ବଦର୍ସ ଲିଙ୍କ୍, ସରପଞ୍ଚଙ୍କୁ ଉଠାଇନେଲା ପୋଲିସ - pollice due to link of D-brothers

ବହୁ ଚର୍ଚ୍ଚିତ ଡି-ବଦର୍ସ ଲିଙ୍କ ଘଟଣାରେ ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ଆଳିପିଙ୍ଗଳ ସରପଞ୍ଚ ଉଲ୍ଲାସ କାବୁଙ୍କୁ ଉଠାଇ ନେଇଛି କଟକ କମିଶନରେଟ ପୋଲିସ । ଅଧିକ ପଢନ୍ତୁ...

ଡି-ବଦର୍ଶ ଲିଙ୍କରେ ସରପଞ୍ଚଙ୍କୁ ଉଠାଇନେଲା ପୋଲିସ
ଡି-ବଦର୍ଶ ଲିଙ୍କରେ ସରପଞ୍ଚଙ୍କୁ ଉଠାଇନେଲା ପୋଲିସ

By

Published : Dec 20, 2020, 7:22 AM IST

ଜଗତସିଂହପୁର: ବହୁ ଚର୍ଚ୍ଚିତ ଡି-ବଦର୍ସ ଲିଙ୍କ ଘଟଣାରେ ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ଆଳିପିଙ୍ଗଳ ସରପଞ୍ଚ ଉଲ୍ଲାସ କାବୁଙ୍କୁ ଉଠାଇ ନେଇଛି କଟକ କମିଶନରେଟ ପୋଲିସ। ଡି-ବଦର୍ସ ବନ୍ଧୁକ କାରବାର ଓ ବାଲିଘାଟ ନିଲାମ ପ୍ରକ୍ରିୟାରେ ଅପରାଧୀଙ୍କୁ ଲଗାଇବା ଘଟଣାରେ ସମ୍ପୃକ୍ତ ସରପଞ୍ଚଙ୍କୁ ନିଆଳି ନିକଟରୁ ଉଠାଇ ନେଇଥିଲା କମିଶନରେଟ ପୋଲିସ। ସରପଞ୍ଚ ଉଲ୍ଲାସ କାବୁକୁ ପୋଲିସ ଉଠାଇ ନେବାପରେ ତାଙ୍କର କିଛି ସହଯୋଗୀ ଫେରାର ହୋଇଯାଇଛନ୍ତି । ଯାହାକୁ ନେଇ ପୋଲିସର ସନ୍ଦେହ ଘନୀଭୂତ ହୋଇଛି।

ସୂଚନାଯୋଗ୍ୟ ଯେ ଆଳିପିଙ୍ଗଳ ସରପଞ୍ଚ ଉଲ୍ଲାସ କାବୁ ଜଣେ ବାଲି ମାଫିଆ ଭାବେ କାର୍ଯ୍ୟ କରିବା ସହ ଧମକ ଚମକ ଦେବା,ଦାଦା ବଟି ଆଦାୟ ଆଦି ଘଟଣାରେ ସମ୍ପୃକ୍ତିକୁ ନେଇ ତାଙ୍କ ନାମରେ ଏକାଧିକ ମାମଲା ରହିଛି। ସେ ବିଭିନ୍ନ ଗ୍ୟାଙ୍ଗଷ୍ଟାର ମାନଙ୍କ ସହ ସାମିଲ ହୋଇ ଜଗତସିଂହପୁରର ଆଳିପିଙ୍ଗଳ ବାଲିଘାଟ, ନାଉଗାଁ ତହସିଲର ଏରଡ଼ା ଓ କାକଟପୁର ତହସିଲର ବାଉରିଆ କୋଣ ବାଲିଘାଟ ନିଲାମ ନେଉଥିଲେ।

ବାଲିଘାଟ ନିଲାମକୁ ନେଇ କିଛିଦିନ ପୂର୍ବେ ଗ୍ୟାଙ୍ଗଷ୍ଟାର ଚଗ ଗୋଷ୍ଠୀ ଉଲ୍ଲାସକୁ ଗୁଳିମାଡ଼ କରିଥିଲେ। ପରେ ଉଲ୍ଲାସ ଡି-ବଦର୍ସ ସହ ସାମିଲ ହୋଇ ତାର ସାମ୍ରାଜ୍ୟ ଚଳାଉଥିବା ପୋଲିସ ଜାଣିବାକୁ ପାଇଛି । ପୂର୍ବରୁ ଉଲ୍ଲାସଙ୍କ ନାମରେ ଥିବା ଇନୋଭା ଗାଡି ସହ ତାଙ୍କ ଶାଳକକୁ ପୋଲିସ ଗିରଫ କରି ସାରିଛି । ଜଗତସିଂହପୁର ପୋଲିସ ଓ କଟକ କମିଶନରେଟ ପୋଲିସ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଆଜିବି ଚଢ଼ାଉ ଜାରି ରଖିବା ସହ ଆଉ କେତେ ଜଣ ଏଥିରେ ସଂପୃକ୍ତ ରହିଛନ୍ତି ତାକୁ ନେଇ ତଦନ୍ତ ଆରମ୍ଭ କରିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details