ଓଡିଶା

odisha

ମା’ ଶାରଳା ମନ୍ଦିର ଓ ଗୋରଖନାଥ ମନ୍ଦିର ଆକାଉଣ୍ଟର ହେବ ଅଡିଟ

ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା’ ଶାରଳାଙ୍କ ପୀଠ ଓ ଗୋରଖନାଥ ମନ୍ଦିରରେ ଦେବୋତ୍ତର ବିଭାଗ ଅଡିଟ କରିବ । ମା’ ଶାରଳାଙ୍କ ମନ୍ଦିରରେ ଆର୍ଥିକ ଅନିୟମିତତା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ତେବେ ଅଡିଟ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଜିଲ୍ଲାବାସୀ ବେଶ୍‌ ଖୁସି ଅଛନ୍ତି ।

By

Published : Sep 26, 2019, 11:31 PM IST

Published : Sep 26, 2019, 11:31 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ଜିଲ୍ଲାର ଇଷ୍ଟଦେବୀ ତଥା ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା’ ଶାରଳା ଙ୍କ ପୀଠ ଓ ଗୋରଖନାଥ ମନ୍ଦିରରେ ଦେବୋତ୍ତର ବିଭାଗ ଅଡିଟ କରିବ । ତେବେ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଜିଲ୍ଲାବାସୀ ଖୁସି ବ୍ୟକ୍ତ କରିଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ସୂଚନାମୁତାବକ, ମା ଶାରଳାଙ୍କ ମନ୍ଦିରରେ ଆର୍ଥିକ ଅନିୟମିତତା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ମନ୍ଦିର ପରିଚାଳନା କମିଟି ନିୟମକୁ ଅଣଦେଖା କରି ବିଭିନ୍ନ ସମୟରେ ଅର୍ଥ ବାଟମାରଣା କରାଯାଉଥିବାର ଖବର ଜିଲ୍ଲାପାଳଙ୍କ ନିକଟକୁ ଆସିଥିଲା।

ମା’ ଶାରଳା ମନ୍ଦିରର ବାର୍ଷିକ ଆୟ ପ୍ରାୟ 3 କୋଟି ଟଙ୍କା ହୋଇ ଥିବାବେଳେ ବାର୍ଷିକ ଖର୍ଚ୍ଚ ପ୍ରାୟ 2କୋଟିରୁ ଅଧିକ, କିନ୍ତୁ 2 କୋଟିରୁ ଅଧିକ ଟଙ୍କା ବ୍ୟୟର ସଠିକ ହିସାବ ମିଳୁ ନଥିବାରୁ ଅସନ୍ତୋଷ ପ୍ରକାଶ ପାଉଥିଲା। ସରକାରଙ୍କ ତରଫରୁ ଅଡିଟ ନିଷ୍ପତ୍ତିକୁ ଲୋକେ ସ୍ବାଗତ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details