ଓଡିଶା

odisha

ETV Bharat / state

ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଅନଶନ ଭାଙ୍ଗିଲେ କଂଗ୍ରେସ ନେତା - କଂଗ୍ରେସ ନେତା ହିମାଂଶୁ ମଲ୍ଲିକ

ଶାରଳା ସୂତାକଳ ପୁନରୁଦ୍ଧାର ପାଇଁ ଅନଶନ କରିଥିଲେ ତିର୍ତ୍ତୋଲ କଂଗ୍ରେସ ନେତା ହିମାଂଶୁ ମଲ୍ଲିକ । ଗତ ନଭେମ୍ବର ୧୨ ତାରିଖରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଥିଲା । ଅଧିକ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଅନଶନ ଭାଙ୍ଗିଛନ୍ତି କଂଗ୍ରେସ ନେତା । ଅଧିକ ପଢନ୍ତୁ

ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଅନଶନ ଭାଙ୍ଗିଲେ କଂଗ୍ରେସ ନେତା
ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଅନଶନ ଭାଙ୍ଗିଲେ କଂଗ୍ରେସ ନେତା

By

Published : Nov 17, 2022, 11:45 AM IST

ଜଗତସିଂହପୁର:ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ନାଉସିରା ଠାରେ ଥିବା ଶାରଳା ସୂତାକଳର ପୁନଃ କାର୍ଯ୍ୟକ୍ଷମ ଦାବିରେ ଆମରଣ ଅନଶନରେ ବସିଥିଲେ କଂଗ୍ରେସ ନେତା ହିମାଂଶୁ ମଲ୍ଲିକ । ଦିନ ପରେ ଦିନ ଗଡି ଚାଲିଥିବା ହେଲେ କୌଣସି ସୁଫଳ ମିଳି ନଥିଲା । ଗତ ନଭେମ୍ବର ୧୨ ତାରିଖରେ କଂଗ୍ରେସ ନେତା ହିମାଂଶୁଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଥିଲା । ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ଅନଶନ ଭାଙ୍ଗିଛନ୍ତି କଂଗ୍ରେସ ନେତା ।

ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଅନଶନ ଭାଙ୍ଗିଲେ କଂଗ୍ରେସ ନେତା

ଦାବି କରିବାର ଦୀର୍ଘ ୮ ଦିନ ବିତିଥିଲେ ବି ଫଳଶୂନ୍ୟ ହୋଇଥିଲା । ଅନଶନ କରିବା ପରେ ଅନଶନ ଭଙ୍ଗ କରିଛନ୍ତି ତିର୍ତ୍ତୋଲର ଯୁବ କଂଗ୍ରେସ ନେତା ହିମାଂଶୁ ମଲ୍ଲିକ। ନାଉସିରା ଶାରଳା ସୂତାମିଲକୁ ଋଣ ମୁକ୍ତ ଓ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଦାବି କରି ବିଭିନ୍ନ ସମୟରେ ଶୋଭାଯାତ୍ରା କରିବା ସହ ଦସ୍ତଖତ ଅଭିଯାନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରୟାସ କରିଥିଲେ କଂଗ୍ରେସ ନେତା । ହେଲେ ଏଥିରେ ବିଫଳ ହେବାରୁ ସେ ଶାରଳା ସୂତାକଳ ସମ୍ମୁଖରେ ସପ୍ତାହେ ହେବ ଅନଶନରେ ବସିଥିଲେ । ନଭେମ୍ବର ୧୨ ତାରିଖରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଶାସନ ପକ୍ଷରୁ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ମଧ୍ୟ ସେ ଅନଶନ ଜାରି ରଖିଥିଲେ । ହେଲେ ଦିନକୁ ଦିନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ହେବାକୁ ଲାଗିଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଦେବେନ୍ଦ୍ର ମଲ୍ଲିକ, ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଭେଟି ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀଙ୍କ ଦ୍ଵାରା ସରକାରଙ୍କୁ ଜଣାଇ ଦିଆଯାଇଥିବା ପତ୍ର ଦେଖାଇଥିଲେ । ତାଙ୍କୁ ଅନଶନ ଭାଙ୍ଗିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଫଳରେ ସେଠାରେ ଉପସ୍ଥିତ ଥିବା କଂଗ୍ରେସ ଜିଲ୍ଲା ସଭାପତି ନଟବର ବାରିକ, ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂ ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, କଂଗ୍ରେସ ମାନବାଧିକାର ବିଭାଗ ଅଦକ୍ଷ ସୁଶାନ୍ତ କାନୁନଗୋ ଅନଶନକାରୀଙ୍କୁ ଫଳରସ ଦେଇ ଅନଶନ ଭଙ୍ଗ କରାଇଥିଲେ । ଆଗାମୀ ଦିନରେ ଶାରଳା ସୂତାକଳ ଋଣମୁକ୍ତ ହୋଇ ପୂର୍ବ ଗୌରବ ଫେରି ପାଇବ ବୋଲି କଂଗ୍ରେସ କର୍ମୀମାନେ ଆଶାବ୍ୟକ୍ତ କରିଛନ୍ତି । ତେବେ ସରକାର କେବେ ଦାବି ପୂରଣ କରୁଛନ୍ତି ତାହା ଦେଖିବା ବାକି ରହିଲା ।

ଏହା ବି ପଢନ୍ତୁ...ଶାରଳା ସୂତାକଳ ପୁନରୁଦ୍ଧାର ପାଇଁ ଅନଶନ, ବିଗିଡିଲା କଂଗ୍ରେସ ନେତାଙ୍କ ସ୍ବାସ୍ଥ୍ୟବସ୍ଥା

ପ୍ରକାଶ ଥାଉ କି, ୧୯୮୨ ମସିହାରେ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ବାଳଙ୍କ ଉଦ୍ୟମରେ ତିର୍ତ୍ତୋଲର ନାଉସିରା ଠାରେ ୧୨ କୋଟି ଟଙ୍କା ବ୍ୟୟରେ ଶାରଳା ସୂତାକଳ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରାଯାଇଥିଲା । ୧୯୮୪ ମସିହାରେ ଏହା କାର୍ଯ୍ୟକ୍ଷମ କରାଯିବା ପରେ ଏଠାରୁ ଉତ୍ପାଦିତ ସୂତା ରାଜ୍ୟ ଦେଶ ଓ ଦେଶ ବାହାରକୁ ରପ୍ତାନୀ କରାଯାଉଥିଲା । ଋଣ ଭାର ଯୋଗୁଁ ଜୁନ ୨୫ ତାରିଖରେ ସିଲ କରାଯାଇଥିଲା ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details