ଜଗତସିଂହପୁର:ସଂଯୁକ୍ତ କିଷାନ ମୋର୍ଚ୍ଚାର 9 ଜଣିଆ ପ୍ରତିନିଧି ଦଳକୁ ଗ୍ରାମବାସୀଙ୍କ ବିରୋଧ । ଢ଼ିଙ୍କିଆ ଗ୍ରସ୍ତରେ ଆସୁଥିବା ବେଳେ କୁଜଙ୍ଗ ନିକଟରେ ଅଟକାଇବା ସହ ଢ଼ିଙ୍କିଆକୁ ଛାଡି ନଥିଲେ । ଏହି ପ୍ରତିନିଧି ଦଳକୁ ଜୋରଦାର ବିରୋଧ କରିଥିଲେ ଗ୍ରାମବାସୀ। ଶନିବାର ସଂଯୁକ୍ତ କିଷାନ ମୋର୍ଚ୍ଚାର 9 ଜଣିଆ ପ୍ରତିନିଧି ଦଳ ଢ଼ିଙ୍କିଆ ଗସ୍ତରେ ଆସୁଥିବା ବେଳେ କୁଜଙ୍ଗର ତ୍ରିଲୋଚନପୁର ଠାରେ ଗ୍ରାମବାସୀ ତାଙ୍କୁ ଅଟକାଇବା ସହ ଢ଼ିଙ୍କିଆକୁ ଛାଡି ନଥିଲେ।
ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ଯେ ସଂଯୁକ୍ତ କିଷାନ ମୋର୍ଚ୍ଚାର କେତେକ ନେତା ଉତ୍ତେଜନା ପୂର୍ଣ୍ଣ ଭାଷଣ ଦେବା ସହ ଢ଼ିଙ୍କିଆ ଗ୍ରାମବାସୀଙ୍କୁ ଉସୁକାଇ ଥିଲେ। ଫଳରେ ଏହି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଣୁ ଆପଣ ମାନଙ୍କୁ ଅନୁରୋଧ ଯେ ଆପଣ ମାନେ ଢ଼ିଙ୍କିଆ ନ ଯାଇ ଫେରିଯିବାକୁ ଲୋକେ ଅଡ଼ି ବସିଥିଲେ। ଫଳରେ ତ୍ରିଲୋଚନ ପୁର ପାଖରୁ ସଂଯୁକ୍ତ କିଷାନ ମୋର୍ଚ୍ଚାର ପ୍ରତିନିଧି ଦଳ ଫେରି ଆସିଥିଲେ। ଏ ସମ୍ପର୍କ କିଷାନ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ JSWର କେତେକ ଲୋକେ ସେମାନଙ୍କୁ ଢ଼ିଙ୍କିଆକୁ ଛାଡିଲେ ନାହିଁ । କିନ୍ତୁ ଢ଼ିଙ୍କିଆ ବାସୀଙ୍କ ସହ ସଂଯୁକ୍ତ କିଷାନ ମୋର୍ଚ୍ଚା ରହିଥିବା ପ୍ରକାଶ କରିଛନ୍ତି।