ଜଗତସିଂହପୁର:ଜିଲ୍ଲା ମହୋତ୍ସବ କଲ୍ଲୋଳକୁ ମନୋଭରି ଉପଭୋଗ କରୁଛନ୍ତି ଜିଲ୍ଲାବାସୀ । ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ଅନୁଷ୍ଠିତ କଲ୍ଲୋଳ ମହୋତ୍ସବ ତୃତୀୟ ଦିନରେ ପହଞ୍ଚିଛି । ତୃତୀୟ ସନ୍ଧ୍ୟାରେ ଓଲିଉଡ ଯୋଡି ସବ୍ୟସାଚ୍ଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ ଯୋଗ ଦେଇଥିଲେ । ଦୁଇଜଣ ବାଜି ଗଲା ବାର ବାଜିଗଲା ଦିଲ କି ଘଢି ଗୀତରେ ନୃତ୍ୟ ପରିବେଷଣ କରିଥିଲେ ଯେଉଁଥିଲେ ଝୁମିଥିଲେ ଦର୍ଶକ । ଏହା ସହିତ ଓଲିଉଡ କଣ୍ଠଶିଳ୍ପୀ ସତ୍ୟଜିତ ଓ ଜ୍ୟୋର୍ତିମୟୀଙ୍କ ଗୀତର ଯାଦୁରେ ହଜି ଯାଇଥିଲେ ଦର୍ଶକ । ତୃତୀୟ ସନ୍ଧ୍ୟାରେ ପ୍ରବଳ ଜନ ସମାଗମ ହୋଇଥିଲା ।
ଜିଲ୍ଲା ମହୋତ୍ସବ କଲ୍ଲୋଳର ତୃତୀୟ ସନ୍ଧ୍ୟାରେ ଝୁମିଥିଲେ ଦର୍ଶକ । ନିର୍ଦ୍ଧାରିତ ସମୟରୁ ବିଳମ୍ବରେ କଲ୍ଲୋଳ ମହୋତ୍ସବର ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପରେ ପୁରୀର ଗୋଟିପୁଅ ନୃତ୍ୟ, ଆନ୍ଧ୍ରପ୍ରଦେଶର ଲମ୍ବାଡି ଡ୍ୟାନ୍ସ, ଓ ରାତି ପ୍ରାୟ 10ଟା 30ରେ ଓଲିଉଡ ଅଭିନେତା ସବ୍ୟସାଚୀ ଓ ଅର୍ଚ୍ଚିତା ମଞ୍ଚକୁ ଆସିଥିଲେ । ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହଜାର ହଜାର ଦର୍ଶକ ସେମାନଙ୍କ ଡ୍ୟାନ୍ସ ଦେଖିବାକୁ ଭିଡ଼ ଜମାଇଥିଲେ । ଦୁଇଜଣଙ୍କ ଅଭିନୀତ ଏକ ଫିଲ୍ମ ଗୀତ ବାଜି ଗଲା ବାର ବାଜିଗଲା ଦିଲ କି ଘଢିରେ ମଞ୍ଚରେ ଧୁମ ମଚାଇଥିଲେ ସବ୍ୟାର୍ଚ୍ଚିତା ।
ମହୋତ୍ସବରେ ସାମିଲ ହୋଇ ପ୍ରତିକ୍ରିୟାରେ ଅଭିନେତା ସବ୍ୟସାଚୀ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଦେବା ସହିତ ଜଗତସିଂହପୁର ଜିଲ୍ଲାକୁ ପ୍ରଶଂସା କରିଥିଲେ । କଲ୍ଲୋଳ ମହୋତ୍ସବରେ ଯୋଗ ଦେବା ଏକ ବଡ ଉପଲବ୍ଧି ବୋଲି କହିଛନ୍ତି ସବ୍ୟସାଚୀ । ସେହିପରି ଅର୍ଚ୍ଚିତା ସାହୁ ମଧ୍ୟରେ ମହୋତ୍ସବରେ ଯୋଗ ଦେଇ ଖୁସି ପ୍ରକାଶ କରିଛନ୍ତି ।