ଓଡିଶା

odisha

ETV Bharat / state

ଜଗତସିଂହପୁରେ ୨ ଲକ୍ଷ ପିଲାଙ୍କୁ ଦିଆଯିବ କୃର୍ମି ଔଷଧ - S. Bendayol tablet provide in jagatshingpur

ଜଗତସିଂହପୁର ଜିଲ୍ଲାରେ ଆସନ୍ତା ୨୧ ତାରିଖରୁ ୨୬ ତାରିଖ ପର୍ଜ୍ୟନ୍ତ ଜାତୀୟ କୃର୍ମି ନାଶକ ଦିବସ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ୨ ଲକ୍ଷ ପିଲାଙ୍କୁ ଦିଆଯିବ କୃର୍ମି ଔଷଧ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଜିଲାରେ ୨ ଲକ୍ଷ ପିଲାଙ୍କୁ ଦିଆଯିବ ଏସ୍ ବେଣ୍ଡାଯୋଲ୍
ଜିଲାରେ ୨ ଲକ୍ଷ ପିଲାଙ୍କୁ ଦିଆଯିବ ଏସ୍ ବେଣ୍ଡାଯୋଲ୍

By

Published : Sep 18, 2020, 9:51 PM IST

ଜଗତସିଂହପୁର: ଜିଲ୍ଲାରେ ଆସନ୍ତା ୨୧ ତାରିଖରୁ ୨୬ ତାରିଖ ପର୍ଜ୍ୟନ୍ତ ଜାତୀୟ କୃର୍ମି ନାଶକ ଦିବସ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅନେକାଂଶରେ ୧ ରୁ ୧୯ ବର୍ଷର ପିଲା କୃର୍ମୀ ଜନିତ ରୋଗରେ ପିଡିତ ହୋଇଥାନ୍ତି । କୃର୍ମୀ ଜନତ ରୋଗ ଯୋଗୁଁ ପିଲାମାନଙ୍କ ଠାରେ ରକ୍ତ ହିନତା ରୋଗ ବହୁଳ ପରିମାଣରେ ଦେଖାଯାଏ । ତେବେ ଜିଲାରେ ଆସନ୍ତା ୨୧ ତାରିଖଠାରୁ ୨,୨୩,୨୪୫ ଜଣ ପିଲାଙ୍କୁ କୃର୍ମୀ ନାଶକ ବଟିକା ବଣ୍ଟନ କରାଯିବ ।

ଏହାକୁ ନେଇ ଜିଲ୍ଲାପାଳଙ୍କ କାର୍ୟାଳୟରେ ଆଲୋଚନା କରାଯାଇଛି । କୋଭିଡ ନିୟମ ମାନି ଆଶାକର୍ମୀ ଓ ଅଙ୍ଗନବାଡି ଦିଦି ଘରଘର ବୁଲି ଏହି ବଟିକା ବଣ୍ଟନ କରିବେ । ଯଦି କେଉଁ ପିଲା କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ତେବେ ସେମାନେ ଏହାକୁ ସେବନ କରିବେ ନାହିଁ ବୋଲି ଜିଲା ମୂଖ୍ୟ ଚିକିତ୍ସାଧିକାରୀ ବିଜୟା ପଣ୍ଡା କହିଥିଲେ । ପ୍ରତିବର୍ଷ ଏହି ଜାତୀୟ କୃର୍ମି ନାଶକ ଦିବସ ପାଳିତ ହୋଇ ଆସୁଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details