ପାରାଦ୍ବୀପ: ରାୟଗଡା ପରେ ପାରାଦ୍ବୀପରେ ଜଣେ ଋଷୀୟ ନାଗରିକଙ୍କର ମୃତ୍ୟୁ ଘଟଣା ଚର୍ଚ୍ଚାରେ ରହିଛି । ସୋମବାର ବିଳମ୍ବିତ ରାତିରେ ଜଣେ ଋଷୀୟ ଚିଫ୍ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ପାରାଦ୍ବୀପ ବନ୍ଦର ଆଙ୍କରେଡ ଅଞ୍ଚଳରେ ଅଟକି ରହିଥିଲା ଜାହାଜ 'ଏମଭି ଏଏଲ ଦାନହା'ର ଚିଫ ଇଞ୍ଜିନିୟର ମିଲ ୟୁକୁବ ସର୍ଜଇଙ୍କର ମୃତଦେହକୁ ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ ପାରାଦ୍ବୀପ ପୋର୍ଟ ପୋଲିସ ଉଦ୍ଧାର କରିଛି ( Russian nationals death Body body rescued )। ଜଣେ ଋଷୀୟ ଚିଫ୍ ଇଞ୍ଜିନିୟରଙ୍କ ରହସ୍ୟଜନକ ମୃତ୍ୟୁ ରାଜ୍ୟରେ ଆଲୋଡନ ଖେଳାଇଛି । ଆଜି ମିଲ ୟୁକୁବ ସର୍ଜଇଙ୍କର ମୃତଦେହର ହେବ ପୋଷ୍ଟମର୍ଟମ । ବ୍ୟବଚ୍ଛେଦ ପାଇଁ SCB ନିଆଯାଇ ପାରେ ।
ସମୁଦ୍ରରେ ଦୀର୍ଘ ସମୟ ଧରି ଅଟକି ରହିଥିଲା । ବିଳମ୍ବିତ ରାତିରେ ପାରାଦ୍ବୀପ ବନ୍ଦର ଠାରୁ ସମୁଦ୍ରର 10 କିଲୋମିଟର ଦୂରରେ ଥିବା ଜାହାଜରୁ ମୃତ ଋଷୀୟ ନାଗରିକଙ୍କର ମୃତଦେହ ଉଦ୍ଧାର ହୋଇଛି । ପାରାଦ୍ବୀପ ପୋର୍ଟ ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଆଇନଗତ ପ୍ରକ୍ରିୟା, କାଗଜପତ୍ର କରିବାରେ ବିଳମ୍ବ ଓ ଥାନାରେ ଲିଖିତ ଅଭିଯୋଗ ହୋଇ ନଥିବାରୁ ପୋଲିସ ମୃତଦେହ ଜବତ କରିବାରେ ବିଳମ୍ବ ହୋଇଥିବା ଜଣାପଡିଛି । ଜାହାଜରେ ଥିବା ସମସ୍ତ କ୍ରୁ ସଦସ୍ୟଙ୍କୁ ପଚରାଉଚରା କରାଯାଉଥିବା ସୂଚନା ମିଳିଛି । ପାରାଦ୍ବୀପ ବନ୍ଦର ଆଙ୍କରେଡ ଅଞ୍ଚଳରେ ବର୍ଥିଂ ପାଇଁ ଜାହାଜରେ ମୋଟ 22ଜଣ ସଦସ୍ୟ ଥିବା ଜଣାପଡିଛି । ଋଷୀୟ ଇଞ୍ଜିନିୟରଙ୍କ କିଭଳି ମୃତ୍ୟୁ ହେଲା ସେ ସମ୍ପର୍କରେ ମେରାଇନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।
ଏହା ବି ପଢନ୍ତୁ...ପାରାଦ୍ବୀପରେ ଋଷୀୟ ନାଗରିକଙ୍କର ମୃତ୍ୟୁ, କାରଣ ଅସ୍ପଷ୍ଟ