ଜଗତସିଂହପୁର: ସଦର ଥାନା ଡିହସାହି ଗ୍ରାମ୍ୟ ବ୍ୟାଙ୍କରେ ଗତକାଲି ବିଳମ୍ବିତ ରାତିରେ ଡକାୟତି ଉଦ୍ୟମ ହୋଇଥିବା ଜଣାପଡିଛି। କେତେକ ଅସାମାଜିକ ବ୍ୟକ୍ତି ଡିହସାହି ନିକଟରେ ଥିବା ଗ୍ରାମ୍ୟ ବ୍ୟାଙ୍କରେ ପଶି ତାଲା କାଟିଦେବା ସହିତ ଫାଇଲ ବୋଝେଇ ଆଲମାରିକୁ ଭାଙ୍ଗି ସେଥିରେ ନିଆଁ ଲଗାଇ ଦେଇଛନ୍ତି ।
ତେବେ ସକାଳୁ ସ୍ଥାନୀୟ ଲୋକେ ବ୍ୟାଙ୍କ ଭିତରୁ ଧୂଆଁ ବାହାରୁଥିବାର ଦେଖି ବ୍ୟାଙ୍କ କର୍ତ୍ତୃପକ୍ଷ ଓ ଦମକଳ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।