ଓଡିଶା

odisha

ETV Bharat / state

ଚାଲିଯାଇଛି ଫନି, ଜାରି ରହିଛି ରାସ୍ତା ସଫା - fani

ଫନି ଚାଲିଯାଇଛି । କିନ୍ତୁ ଏବେବି ସୁଧୁରିନି ବାତ୍ୟା ପର ଅବସ୍ଥା । ଯେଉଁଥି ପାଇଁ ଅନେକ ଅସୁବିଧା ଭିତରେ ଘାଣ୍ଟି ହେଉଛନ୍ତି ଲୋକେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

By

Published : May 15, 2019, 9:54 PM IST

ଜଗତସିଂହପୁର: ସାମୁଦ୍ରିକ ଝଡ 'ଫନି' ଯିବାକୁ ବିତିଲାଣି 13 ଦିନ । ହେଲେ ଏବେ ବି କନ୍ଦରପୁର ଜଗତସିଂହପୁର ରାସ୍ତାରେ ପଡିରହିଛି ବଡ ବଡ଼ ଗଛ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଏନଡିଆରଏଫ ଟିମି ଗଛ କାଟି ଦେଇଥିଲେ ମଧ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ଗଛର ଗଣ୍ଡି ପଡି ରାସ୍ତା ଅବରୋଧ କରୁଛି । ଯେଉଁଥି ପାଇଁ ଗମାନଗମନରେ ବାଧା ସୃଷ୍ଟି ହୋଇଛି ।

ବୁଧବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀଙ୍କୁ ଅବଗତ କରାଯାଇ ଜେସିବି ସାହାଯ୍ୟରେ କନ୍ଦରପୁରୁ ଠାରୁ ଏରସମା ପର୍ଯ୍ୟନ୍ତ ରାସ୍ତାକୁ ଅବରୋଧ ମୁକ୍ତ କରାଯାଇଥିବା ଦେଖିବାକୁ ମିଳିଥିଲା ।

ଜଗତସିଂହପୁରରୁ ଶୁସାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details