ଜଗତସିଂହପୁର:ଜିଲ୍ଲା ବାଲିକୁଦା ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗରେ ନାହାନ୍ତି ଡାକ୍ତର । ଡାକ୍ତର ନ ଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ହଜାର ହଜାର ଲୋକ । ଦୀର୍ଘ ଦେଢ଼ ବର୍ଷ ଧରି ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବା ପରେ ବି କାହାର ଦୃଷ୍ଟି ପଡୁ ନଥିବା ଅଭିଯୋଗ ହୋଇଛି । ସମସ୍ୟା ନେଇ ବାଲିକୁଦା ଅଞ୍ଚଳର ଯୁବ ଗୋଷ୍ଠୀ ଜାତୀୟ ରାଜପଥ ଅବରୋଧ କରିବା ପରେ ପ୍ରତିଶ୍ରୁତି ମିଳିବା ପରେ ବି ଆସୁନାହାନ୍ତି ଡାକ୍ତର ।
ସମସ୍ୟାର ସମାଧାନ ଦାବି କରି ବାଲିକୁଦା ବସଷ୍ଟାଣ୍ଡ ଠାରେ ମାର୍ଚ୍ଚ 12 ତାରିଖରେ ରାସ୍ତାରୋକ କରିଥିଲେ ଫଳରେ ଦୀର୍ଘ ସମୟ ଧରି ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଥିଲା । ବିଭାଗୀୟ ପଦସ୍ଥ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସପ୍ତାହରେ ସୋମବାର , ବୁଧବାର , ଏବଂ ଶୁକ୍ରବାର ଡେପୁଟେସନରେ ଜଣେ ଡାକ୍ତର ରହିବେ ଏବଂ ଏପ୍ରିଲ ମାସ ଠାରୁ ଜଣେ ସ୍ଥାୟୀ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।