ଓଡିଶା

odisha

ETV Bharat / state

ଅଟୋକୁ ଧକ୍କା ଦେଲା ଟାଟା ସଫାରୀ: 2 ମୃତ, 4 ଗୁରୁତର - dead

କୁଜଙ୍ଗ ଥାନା ଅନ୍ତର୍ଗତ ରାହାମା ଚାନ୍ଦପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଟୋକୁ ଧକ୍କା ଦେଲା ଟାଟା ସଫାରୀ । 2ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 4 ଜଣ ଗୁରୁତର ହୋଇଛନ୍ତି ।

ଫଟୋ ସୌଜନ୍ୟ : ପ୍ରତିନିଧି,ଜଗତସିଂହପୁର

By

Published : May 21, 2019, 9:36 PM IST

ଜଗତସିଂହପୁର: କୁଜଙ୍ଗ ଥାନା ଅନ୍ତର୍ଗତ ରାହାମା ଚାନ୍ଦପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଟୋକୁ ଧକ୍କା ଦେଲା ଟାଟା ସଫାରୀ । ଫଳରେ ଦୁଇଟି ଯାନ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା । ଅଟୋରେ ଥିବା ଛଅ ଜଣ ଆରୋହୀଙ୍କ ଭିତରୁ ଜଣଙ୍କର ଘଟଣାସ୍ଥଳରେ ମୄତ୍ୟୁ ହୋଇ ଥିବାବେଳେ ଅନ୍ୟମାନେ ଗୁରୁତର ହୋଇଥିଲେ । ପ୍ରଥମେ ସେମାନଙ୍କୁ ମଣିଜଙ୍ଗା ମେଡିକାଲକୁ ପଠାଇ ଦିଆଯାଇଥିଲା।

ଭିଡିଓ ସୌଜନ୍ୟ : ପ୍ରତିନିଧି,ଜଗତସିଂହପୁର

ତେବେ ଚିକିତ୍ସିତ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟ ୪ଜଣ ଗୁରୁତର ଆହତଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ତେବେ ମୃତାହତଙ୍କ ପରିଚୟ ମିଳିପାରିନାହିଁ।

ସୂଚନା ମୁତାବକ ଦୁଇଟି ଯାନ ରାହାମା ଅଭିମୁଖେ ଯାଉଥିବାବେଳେ ଟାଟା ସଫାରୀଟି ଅଟୋକୁ ପଛପଟୁ ଧକ୍କା ଦେଇଥିଲ । ଯାହା ଫଳରେ ଦୁଇଟି ଯାକ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲା । ତେବେ ଘଟଣାସ୍ଥଳରେ କୁଜଙ୍ଗ ପୋଲିସ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି।


ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details