ଜଗତସିଂହପୁର: ଜଣେ ବ୍ୟକ୍ତିଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଜେଲ ଯାଇଛନ୍ତି ଜଣେ ସରକାରୀ ବାବୁ । ସରକାରୀ ବାବୁ ଜଣଙ୍କ ହେଉଛନ୍ତି ଜଣେ ଆର୍ଆଇ । ଅଭିଯୋଗ ଅନୁସାରେ ଅଭିଯୁକ୍ତ ଅଧିକାରୀ ଜଣକ ଜଣେ ବ୍ୟକ୍ତିଙ୍କର ଘର ପଟ୍ଟା Return on Revenue (ROR) କରିବା ପାଇଁ ୬ ହଜାର ଟଙ୍କା ଦାବି କରିଥିଲେ । ହେଲେ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଅଧିକାରୀଙ୍କ ହାବୁଡ଼ରେ ପଡି ଜେଲ ଯିବାକୁ ପଡ଼ିଛି ସମ୍ପୃକ୍ତ ସରକାରୀ ବାବୁଙ୍କୁ ।
ଏହା ମଧ୍ୟ ପଢ଼ନ୍ତୁ...ଭିଜିଲାନ୍ସ ଜାଲରେ ପୋଲିସ ବାବୁ, ଲାଞ୍ଚ ନେଇ ଫସିଲେ IIC ଓ ASI
ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ଗୋଡାର ରେଭେନ୍ୟୁ ଅଫିସର (RI) ନୃସିଂହ ଚରଣ ରାଉତ ଜଣେ ବ୍ୟକ୍ତିଙ୍କ ଘର ପଟ୍ଟା Return on Revenue (ROR) କରିବା ପାଇଁ ୬ ହଜାର ଟଙ୍କା ଦାବି କରିଥିଲେ । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ବାରମ୍ବାର ଆର୍ଆଇ କାର୍ଯ୍ୟାଳୟକୁ ଦୌଡ଼ିବା ପରେ ମଧ୍ୟ ଲାଞ୍ଚଖୋର ଆର୍ଆଇ ଜଣଙ୍କ ତାଙ୍କ କାମ କରିନଥିଲେ । ବାରମ୍ବାର ଦୌଡ଼ି କାମ ନହେବାରୁ ବ୍ୟକ୍ତି ଜଣଙ୍କ ଆର୍ଆଇଙ୍କୁ ଲାଞ୍ଚ ଟଙ୍କା ଦେବାକୁ ସ୍ଥିର କରିଥିଲେ । ଲାଞ୍ଚୁଆ ଆର୍ଆଇ ଜଣଙ୍କ ପ୍ରଥମେ ଦୁଇ ହଜାର ଟଙ୍କା ନେଇଥିଲେ । ହେଲେ ଅବଶିଷ୍ଟ ୪ ହଜାର ଟଙ୍କା ନଦେଲେ କାମ ହୋଇପାରିବ ନାହିଁ ବୋଲି ସିଧାସଳଖ କହିଥିଲେ ।