ଓଡିଶା

odisha

ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ

By

Published : Aug 17, 2022, 10:38 PM IST

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରି ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି । ଅଧିକ ପଢ଼ନ୍ତୁ

revenue and disaster management minister pramila mallik reviewed flood situation in jagatsinghpur
ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ

ଜତସିଂହପୁର: ଲଘୁଚାପ ଜନିତ ବର୍ଷା ଯୋଗୁଁ ଜଗତସିଂହପୁରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି (flood in jagatsinghpur) । ଜିଲ୍ଲାର ଅନେକ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି । ଏହି ପରିପ୍ରେକ୍ଷୀରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ (revenue and disaster management minister pramila mallik) ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି (flood situation reviewed in jagatsinghpur) ।

ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ

ଏହି ବୈଠକରେ ଜିଲ୍ଲାପାଳ ପାରୁଲ ପଟୱାରୀ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ବିଧାୟକ ପ୍ରସାନ୍ତ ମୁଦୁଲି, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମୀକ୍ଷା ବୈଠକରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, " ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା 72ଟି ଆସ୍କା ଲାଇଟ, 9327,12 କ୍ବିଣ୍ଟାଲ ଚାଉଳ, 2440 କ୍ବିଣ୍ଟାଲ ଗହମ, 28,233 ଲିଟର କିରୋସିନି ମହଜୁଦ ରହିଛି । ସେହିପରି ଔଷଧ, ହଲୋଜିନ ବଟିକା, ସମେତ ସାପ କାମୁଡ଼ା ଔଷଧ ମହଜୁତ ରଖା ଯାଇଛି।" ମନ୍ତ୍ରୀ ଆହୁରି ସୂଚନା ଦେଇ କହିଛନ୍ତି ତେରମାଣ ପୁରରେ ହୋଇଥିବା ଘାଇ ଦ୍ବାରା ପ୍ରଭାବିତ ଗାଁ ଗୁଡିକୁ ଦୁଇଟି ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇ ଦିଆଯିବା ସହ ବନ୍ୟା ବିପନ୍ନ ମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ।

କୁଜଙ୍ଗ ବ୍ଲକ ଅନ୍ତର୍ଗତ ତେରମାଣପୁର ନିକଟରେ ବନ୍ୟା କାରଣରୁ ମହାନଦୀରେ ଘାଇ ସୃଷ୍ଟି ହେବା ଫଳରେ ତେରମାଣପୁର, କୋଟସାହିରେ ବହୁ ସଂଖ୍ୟାରେ ଲୋକେ ପାଣିଘେରରେ ରହିଛନ୍ତି । ମହାନଦୀରେ ଏହାକୁ ମିଶାଇ ତିନୋଟି ଘାଇ ସୃଷ୍ଟି ହୋଇସାରିଲାଣି । ମହାନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରୁ ବନ୍ୟା ସ୍ଥିତି ଗମ୍ଭୀର ହେବା ନେଇ ଆଶା କରାଯାଉଛି । ଏହାକୁ ଆଖି ଆଗରେ ରଖି ଜଗତସିଂପୁର ଜିଲ୍ଲାରେ ଦୁଇ ଦିନ ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details