ପାରାଦ୍ବୀପ: ଭାରତ ଜଳ ସୀମା ମଧ୍ୟରେ ଭାସୁଥିବା ବାଂଲାଦେଶର 20 ଜଣ ମତ୍ସ୍ୟଜୀବୀଙ୍କୁ ବାଂଲାଦେଶ ତଟରକ୍ଷୀ ବାହିନୀଙ୍କୁ ହସ୍ତାନ୍ତର କଲା ତଟରକ୍ଷୀ ବାହିନୀ । ଏମାନେ ବାଟବଣା ହୋଇ ଭାରତୀୟ ସମୁଦ୍ର ମଧ୍ୟରେ ଫସି ରହିଥିଲେ । ଗତ ଡିସେମ୍ବର 26 ରେ ଭାରତୀୟ ତଟରକ୍ଷୀ 20 ଜଣଙ୍କୁ ଉଦ୍ଧାର କରିଥିଲେ ।
ସୂଚନା ଅନୁଯାୟୀ, ବାଂଲାଦେଶର 20 ଜଣ ମତ୍ସ୍ୟଜୀବୀ ମାଛ ମାରିବାକୁ ଗଭୀର ସମୁଦ୍ରକୁ ଆସିଥିଲେ । ଏହିସମୟରେ ସେମାନଙ୍କ ବୋଟ ଖରାପ ହୋଇ ଯାଇଥିଲା । ସେମାନେ ଭୋକ ଉପାସରେ ଗଭୀର ସମୁଦ୍ରରେ ଭାସୁଥିବା ସମୟରେ ତାଙ୍କୁ ପାରାଦ୍ୱୀପରୁ ମାଛ ମାରିବା ପାଇଁ ଯାଇଥିବା ଭାରତୀୟ ମତ୍ସ୍ୟଜୀବୀମାନେ ଉଦ୍ଧାର କରି ପାରାଦ୍ୱୀପ ମେରାଇନ ପୋଲିସକୁ ହସ୍ତାନ୍ତର କରିଥିଲେ । ପାରାଦ୍ୱୀପ ପୋଲିସ ସେମାନଙ୍କ ଖାଇବା ଓ ରହିବା ବ୍ୟବସ୍ଥା କରିବା ସହ ଭାରତୀୟ ତଟରକ୍ଷୀ ବାହିନୀଙ୍କୁ ହସ୍ତାନ୍ତର କରିଥିଲେ ।