ଜଗତସିଂହପୁର: ଜିଲ୍ଲାର ବଡବାଗ ଗାଁରେ ଚାଞ୍ଚଲ୍ୟ । ଗାଁର ଜଣେ ଯୁବକଙ୍କ ବିଭତ୍ସ ଭାବେ ହତ୍ୟା କରି ଫିଙ୍ଗି ଦିଆଯାଇଛି । ମୃତକ ହେଲେ ରାମଚନ୍ଦ୍ର ସାହୁ । ସେ ଗତ 4 ଦିନ ହେବ ଭୋଜି କରିବାକୁ ଯାଇ ଫେରିନଥିବା ବେଳେ ଆଜି ତାଙ୍କର ମୁଣ୍ଡବିହୀନ ମୃତଦେହ ମିଳିଛି ।
ଯୁବକଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର, 4 ଦିନ ତଳେ ନିଖୋଜ ଥିଲେ ଆଜି(ବୁଧବାର) ରାମଚନ୍ଦ୍ରଙ୍କ ମୃତଦେହ ମାଛଗାଁ କେନାଲରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ । ପୋଲିସ ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲା ।
ସୂଚନା ଥାଉକି, ଗତ 4 ଦିନ ତଳେ ରାମଚନ୍ଦ୍ର ଭୋଜି କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ। ଫଳରେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ରାମଚନ୍ଦ୍ରଙ୍କର ପତ୍ତା ମିଳିନଥିଲା । ପରେ ପରିବାରଲୋକ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ ଭୋଜିରେ ସାମିଲ ଥିଲା 3ଜଣଙ୍କୁ ଡାକି ପଚରାଉଚରା କରିଥିଲା । ସେମାନେ ମୁଣ୍ଡ କାଟି ହତ୍ୟା କରିଥିବା ସ୍ବୀକାର କରିଥିଲେ ।
ତେବେ ଆଜି ମୃତଦେହଟି ଭାସୁଥିବା ଦେଖିବାକୁ ପାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ପରିବାର ଲୋକଙ୍କୁ ଡକାଇ ମୃତଦେହର ଚିହ୍ନଟ କରାଇଥିଲା । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ