ଜଗତସିଂହପୁର: ପାରାଦୀପ ସମୁଦ୍ର କୂଳରୁ ମିଳିଛି ବିରଳ ପ୍ରଜାତିର (ଲଙ୍ଗ ସ୍ନାଉଟେଡ ସ୍ପିନର ଡଲଫିନ) ଷ୍ଟେନେଲା ଡଲଫିନ । ସାଢ଼େ 4ଫୁଟ ଲମ୍ବର ଏହି ଡଲଫିନର ଓଜନ ପାଖାପାଖି ୨୦ ରୁ ୨୫ କିଲୋ ମଧ୍ୟରେ ହେବ । ଏହି ଷ୍ଟେନେଲା ପ୍ରଜାତିର ଡଲଫିନ ସାଧାରଣତଃ ଆମ ସମୁଦ୍ର ରେ ଖୁବ୍ କମ୍ ଦେଖିବାକୁ ମିଳିଥାଏ । ପାରାଦୀପ ବନ୍ଦରର ୫ ନମ୍ବର ଗେଟ ନିକଟ ହନୁମାନ ମନ୍ଦିର ପଛପଟ ସମୁଦ୍ର କୂଳରେ ପଡିଥିବାର ଦେଖି କିଛି ଯୁବକ ଏହାକୁ ପୋତି ଦେଇଥିଲେ ।
ପାରାଦୀପରୁ ବିରଳ ପ୍ରଜାତିର ମୃତ ଡଲଫିନ ଉଦ୍ଧାର - Stenela Dolphin
ବିରଳ ପ୍ରଜାତିର ଷ୍ଟେନେଲା ମୃତ ଡଲଫିନ ଉଦ୍ଧାର । କଳାରଙ୍ଗର ଚିକ୍ ଚିକ୍ କରୁଥିବାବେଳେ ଏହାର ମୁହଁରେ ରହିଛି ଲମ୍ବା ଥଣ୍ଟ । ଅଧିକ ପଢନ୍ତୁ...
ପାରାଦୀପରୁ ବିରଳ ପ୍ରଜାତିର ମୃତ ଡଲଫିନ ଉଦ୍ଧାର
ଏହାର ଉପର ଭାଗ କଳା ଚିକ୍ ଚିକ୍ ଦେଖାଯାଉଥିବାବେଳେ ଏହାର ମୁହଁ ଲମ୍ବା ଥଣ୍ଟ ଭଳି ବାହାରିଛି । କୁଜଙ୍ଗ ବନବିଭାଗ ଖବର ପାଇବା ପରେ ଏହାକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ବ୍ରାଜିଲ ଓ ଫ୍ରାନ୍ସ ଆଦି ଦେଶରେ ଏହି ପ୍ରଜାତିର ଡଲଫିନ ଦେଖିବାକୁ ମିଳିଥାଏ । ତେବେ ଏହା ଏକ ଅଣ୍ଡିରା ଡଲଫିନ ଏବଂ ବ୍ୟବଚ୍ଛେଦ ପରେ ଏହାର ପ୍ରକୃତ ମୃତ୍ୟୁର କାରଣ ଜଣାପଡିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ