ଜଗତସିଂହପୁର: ପାରାଦ୍ୱୀପରେ ଉପକୂଳ ତଟରଖି ବାହିନୀ ପକ୍ଷରୁ ପ୍ରଦୂଷଣ ନିୟନ୍ତ୍ରଣ କର୍ମଶାଳା ଅନୁଷ୍ଠିତ ହୋଇଛି । ଅନେକ ସମୟରେ ସମୁଦ୍ର ମଧ୍ୟରେ ଚଳାଚଳ କରୁଥିବା ଜାହାଜରୁ ତୈଳ ନିର୍ଗତ ହୋଇ ସମୁଦ୍ର ପାଣିକୁ ପ୍ରଦୂଷିତ କରୁଛି । ଏହାର ପ୍ରଭାବରେ ସାମୁଦ୍ରିକ ଜୀବ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି । ଏହି ସମସ୍ୟାକୁ କିଭଳି ମୁକାବିଲା କରାଯାଇ ପାରିବ ତାକୁ ନେଇ ତଟରଖି ବାହିନୀ ପକ୍ଷରୁ ପ୍ରଦୂଷଣ ନିୟନ୍ତ୍ରଣ କର୍ମଶାଳା ଆୟୋଜିତ କରାଯାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ:ପାରାଦ୍ୱୀପ ବନ୍ଦରରେ ଅଘଟଣ, ପୋତାଶ୍ରୟରେ ଅଳ୍ପକେ ବର୍ତ୍ତିଲା ଡ୍ରୋଜର