ଜଗତସିଂହପୁର:ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ପ୍ରେମିକା ସୋମାଲିକାଙ୍କ ପ୍ରେମ ବିବାଦ । ଜଗତସିଂହପୁର ଥାନା ଅଧିକାରୀ ଦୁଷ୍କର୍ମ ମାମଲାକୁ ରୁଜୁ କରୁନଥିବା ଅଭିଯୋଗ । ପୁଣି ଏସପିଙ୍କୁ ଚିଠି ଲେଖିଲେ ସୋମାଲିକା । ଏହି ମାମଲା ଏବେ କ୍ରାଇମବ୍ରାଞ୍ଚ ନିକଟରେ ପହଞ୍ଚିଥିବା ବେଳେ ଦୁଷ୍କର୍ମ ମାମଲା ରୁଜୁ କରିବାକୁ ପ୍ରେମିକା ଅଡ଼ି ବସିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଗତ ମେ ୧୩ ତାରିଖରେ ଜଗତସିଂହପୁର SP ଅଖିଳେଶ୍ବର ସିଂଙ୍କ ନିକଟରେ ଲିଖିତ ଭାବେ ଜଣାଇଥିଲେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ତାଙ୍କ ଅନିଚ୍ଛା ସତ୍ତ୍ବେ ବାରମ୍ବାର ଦୁଷ୍କର୍ମ କରିଥିଲେ ।
ଏହା ପରେ ତାଙ୍କୁ ବିବାହର ପ୍ରତିଶୃତି ଦେଇ ପ୍ରତାରିତ କରିଥିବା ସେ ଅଭିଯୋଗ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ SPଙ୍କୁ ନିବେଦନ କରିଥିଲେ । ଏହି ଘଟଣାରେ ଜଗତସିଂହପୁର ଥାନା ଅଧିକାରୀ ମାମଲା ରୁଜୁ କାହିଁକି କରୁ ନାହାନ୍ତି ବୋଲି ସୋମାଲିକା ପ୍ରଶ୍ନ କରିବା ସହ ଗତ ୧୫ ତାରିଖ ଦିନ ପୁଣି ଜଗତସିଂହପୁର ଏସପିଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି ।