ଓଡିଶା

odisha

ETV Bharat / state

ଆସିଲାଣି ବର୍ଷା, ମୁକୁଳା ପଡିଛି ନଦୀବନ୍ଧ - jagatsinghpur news

ଆସିଲେଣି ବର୍ଷା ହେଲେ ଜଗତସିଂହପୁରରେ ଖୋଲା ପଡିଛି ଏକାଧିକ ନଦୀବନ୍ଧ । ଚିନ୍ତା ଓ ଆଶଙ୍କାରେ ନଦୀ କୂଳିଆ । ଅଧିକ ପଢନ୍ତୁ....

ଆସିଲାଣି ବର୍ଷା, ମୁକୁଳା ପଡିଛି ନଦୀବନ୍ଧ
ଆସିଲାଣି ବର୍ଷା, ମୁକୁଳା ପଡିଛି ନଦୀବନ୍ଧ

By

Published : Jun 16, 2021, 11:03 PM IST

ଜଗତସିଂହପୁର: ଆସିଲେଣି ବର୍ଷା, ହେଲେ ମୁକୁଳା ପଡିଛି ବିଭିନ୍ନ ନଦୀବନ୍ଦ। ଜଗତସିଂହପୁର ଜିଲ୍ଲାରେ ପ୍ରବାହିତ ପ୍ରମୂଖ ନଦୀ ଗୁଡିକ ମଧ୍ୟରେ ରହିଛି ମହାନଦୀ ଓ ଦେବୀ ନଦୀ,ସାଖା ନଦୀ ଭାବେ ବିଲୁଆ ଖାଇ ,ହଂସୁଆ ଆଦି ନଦୀ ପ୍ରବାହିତ ହେଉଅଛି। ତେବେ ଚଳିତ ବର୍ଷ ଜିଲ୍ଲାକୁ ମୌସୁମୀ ସ୍ପର୍ଶ କରିସାରିଲେଣି। ଆଗାମୀ ଦିନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହେଲେ ବର୍ଷା ହେବା ସହିତ ଏହି ନଦୀ ମାନଙ୍କରେ ବନ୍ୟା ଆସିବାର ବିଶେଷ ସମ୍ଭାବନା ରହିଥିବା ବେଳେମୁକୁଳା ପଡିଛି ନଦୀବନ୍ଧ।

ଆସିଲାଣି ବର୍ଷା, ମୁକୁଳା ପଡିଛି ନଦୀବନ୍ଧ

କିନ୍ତୁ ଜିଲ୍ଲା ଜଳ ସେଚନ ବିଭାଗ ଯେପରି ଗଭୀର ନିଦ୍ରାରେ ସୋଇଥିବା ଦେଖିବାକୁ ମିଳୁଛି। ବର୍ଷା ଆସିବା ପରେ ବିଭାଗ ପକ୍ଷରୁ କେତେକ ସ୍ଥାନରେ ନାଲି ମହରମ ପକାଇବା ଆରମ୍ଭ ହୋଇଛି। ଯାହାକି ବାହାଘର ବେଳେ ବାଇଗଣ ରୁଆ ସଦୃଶ। ଖରା ଦିନେ ଦୃବଳ ନଦୀବନ୍ଧ କୁ ମରାମତି ନ କରାଯାଇ ବର୍ଷା ଆସିବା ପରେ ଏବେ ନାଲି ମହରମ ଛିଞ୍ଚା ଯାଉଛି।

ମହାନଦୀର କିଶନନଗର ଠାରୁ କୁଜଙ୍ଗ ପର୍ଯନ୍ତ ପ୍ରାୟ 20ଟି ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାବେଳେ ଦେବୀନଦୀର ଦଳେଇ ଘାଇ ନିକଟରୁ ତାରସାହି ପର୍ଯ୍ୟନ୍ତ 25 ରୁ ଅଧିକ ସ୍ଥାନରେ ନଦୀବନ୍ଧ ଦୃବଳ ରହିଛି। ଫଳରେ ନଦୀ କୁଳିଆ ଗ୍ରାମ ଗୁଡିକ ଆଶା ଓ ଆଶଙ୍କାରେ ଦିନ କଟାଉଛନ୍ତି। ଆଳିପିଙ୍ଗଳ ନିକଟରେ ଥିବା ଅଢଙ୍ଗ,ପଟସରା କୋଲର, ଫୁଲାର,ଶଳା ଗାଁ, ଓ ଦେବୀଦୋଳ, ନିକଟରେ ଦେବୀ ନଦୀବନ୍ଧ ଅତି ଦୁର୍ବଳ ଥିବା ସ୍ଥାନୀୟ ଲୋକେ କହିଛନ୍ତି।

ତେବେ ଏ ସମ୍ପର୍କରେ ଆମେ ଜିଲ୍ଲା ଜଳ ସେଚନ ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ। ଦେବୀର ଶାଖା ନଦୀବନ୍ଧ ଗୁଡିକ ମଧ୍ୟ ବହୁ ସ୍ଥାନରେ ଦୁର୍ବଳ ରହିଛି। ଯଦି ନଦୀର ଉପର ମୁଣ୍ଡରେ ବର୍ଷା ହୁଏ ତେବେ ଏହି 2 ପ୍ରମୁଖ ନଦୀ ଓ ମହାନଦୀରେ ବନ୍ୟା ଆସିବାର ଆଶଙ୍କା ଯଥେଷ୍ଟ ରହିଛି । ଯଦି ଏହି ନଦୀରେ ବନ୍ୟା ଆସେ ତେବେ ଜଗତସିଂହପୁର ଜିଲ୍ଲା ଏଥିରେ ଅଧିକ ପ୍ରଭାବିତ ହେବ ଏହା ନିଃସନ୍ଦେହ। ଜିଲା ପ୍ରଶାସନ ଓ ଜଳ ସେଚନ ବିଭାଗ ଏଥିପ୍ରତି ସଚେତନ ରହିବା ଜରୁରୀ ହୋଇ ପଡିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର ,ଇଟିଭି ଭାରତ

ABOUT THE AUTHOR

...view details