ଜଗତସିଂପୁର: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାଣ୍ଡୁଆ ପଞ୍ଚାୟତର 10 ଟି ବୁଥରେ ଭୋଟ ଗ୍ରହଣ ସରିବା ପରେ ରାହାମା କଲେଜକୁ ଭୋଟ ବାକ୍ସ ଗୁଡିକୁ ଅଣାଯାଇଥିଲା । ସେଠି ପ୍ରିଜାଇଡିଂ ଅଫିସର ଭୋଟ ବାକ୍ସ କୁ ଖୋଲିବା ସମୟରେ ଏହା କିଛି ଲୋକ ଦେଖିଥିଲେ । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାକୁ ନେଇ ଲୋକେ ପ୍ରିଜାଇଡିଂ ଅଫିସରକୁ ମାଡ ମାରିବା ସହ କୁଜଙ୍ଗ ବିଡିଓ ଙ୍କୁ ଠେଲାପେଲା କରିଥିଲେ।
ଭୋଟ ବାକ୍ସ ଖୋଲିବା ନେଇ ଗଣ୍ଡଗୋଳ, BDOଙ୍କୁ ଠେଲାପେଲା ପ୍ରିଜାଇଡିଂ ଅଫିସରକୁ ମାଡ
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାଣ୍ଡୁଆ ପଞ୍ଚାୟତର 10 ଟି ବୁଥରେ ଭୋଟ ଗ୍ରହଣ ସରିବା ପରେ ରାହାମା କଲେଜକୁ ଭୋଟ ବାକ୍ସ ଗୁଡିକୁ ଅଣାଯାଇଥିଲା। ସେଠି ପ୍ରିଜାଇଡିଂ ଅଫିସର ଭୋଟ ବାକ୍ସ କୁ ଖୋଲିବା ସମୟରେ ଏହା କିଛି ଲୋକ ଦେଖିଥିଲେ । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଅଧିକ ପଢନ୍ତୁ
ଭୋଟ ବାକ୍ସ ଖୋଲିବାକୁ ନେଇ ଗଣ୍ଡଗୋଳ, BDO ଙ୍କୁ ଠେଲାପେଲା, ପ୍ରିଜାଇଡିଂ ଅଫିସରକୁ ମାଡ
ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ଜଣା ପଡିବା ପରେ ଏକ ପ୍ରାର୍ଥୀଙ୍କ ସମର୍ଥକ ମାନେ ରାହାମା କଲେଜ ସମୁଖରେ ଧାରଣାରେ ବସିବା ସହ ପ୍ରିଜାଇଡିଂ ଅଫିସରକୁ ନିଲମ୍ବନ କରିବାକୁ ଅଡି ବସିଥିଲେ। ଘଟଣା ସ୍ଥଳରେ କୁଜଙ୍ଗ ପୋଲିସ ପହଞ୍ଚି ବିଡିଓଙ୍କୁ ଠେଲାପେଲା କରିଥିବା 9 ଜଣ ଙ୍କୁ ଉଠାଇ ନେଇଥିବା ଖବର ମିଳିଛି। ବର୍ତ୍ତମାନ ସୁଦ୍ଧା ରାହାମ କଲେଜ ସମ୍ମୁଖରେ ଉତ୍ତେଜନା ଲାଗି ରହିଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ