ଓଡିଶା

odisha

ETV Bharat / state

ପାରାଦ୍ୱୀପ ପୋର୍ଟ କର୍ମଚାରୀଙ୍କ ଧାରଣା, କାର୍ଯ୍ୟ ପ୍ରଭାବିତ

ପାରାଦ୍ୱୀପ ବନ୍ଦର ମଧ୍ୟରେ କାର୍ଯ୍ୟରତ ପାରାଦ୍ୱୀପ ପୋର୍ଟ ଆଣ୍ଡ ଡକ ମଜଦୁର ସଂଘ ପକ୍ଷରୁ ପାରିଶ୍ରମିକ ଓ ଅନ୍ୟାନ୍ୟ ଦାବିକୁ ନେଇ ଗୁରୁବାର ବନ୍ଦର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ

By

Published : May 26, 2022, 10:12 PM IST

ପାରାଦୀପ ବନ୍ଦର ପୋର୍ଟ କର୍ମଚାରୀଙ୍କ ଧାରଣା, ପୋର୍ଟ କାର୍ଯ୍ୟ ପ୍ରଭାବିତ
ପାରାଦୀପ ବନ୍ଦର ପୋର୍ଟ କର୍ମଚାରୀଙ୍କ ଧାରଣା, ପୋର୍ଟ କାର୍ଯ୍ୟ ପ୍ରଭାବିତ

ପାରାଦ୍ୱୀପ: ପାରାଦ୍ୱୀପ ବନ୍ଦର ମଧ୍ୟରେ କାର୍ଯ୍ୟରତ ପାରାଦ୍ୱୀପ ପୋର୍ଟ ଆଣ୍ଡ ଡକ ମଜଦୁର ସଂଘ ପକ୍ଷରୁ ପାରିଶ୍ରମିକ ଓ ଅନ୍ୟାନ୍ୟ ଦାବିକୁ ନେଇ ଆଜି(ଗୁରୁବାର) ପାରାଦ୍ୱୀପ ବନ୍ଦର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।ପାରାଦ୍ୱୀପ ପୋର୍ଟରେ ୱାଗନ ସଫା ଠାରୁ ଆରମ୍ଭ କରି ପ୍ଲଟ ଓ ଗୋଦାମ କାର୍ଯ୍ୟ ପ୍ରଭାବିତ ହୋଇଛି ।

ପାରାଦ୍ୱୀପ ପୋର୍ଟ କର୍ମଚାରୀଙ୍କ ଧାରଣା, କାର୍ଯ୍ୟ ପ୍ରଭାବିତ

ପାରାଦ୍ୱୀପ ପୋର୍ଟରେ କାର୍ଯ୍ୟରତ ପୋର୍ଟ ଆଣ୍ଡ ଡକ ମଜଦୂର ସଂଘ ଅଭିଯୋଗ କରିଛି ଯେ, ବିଗତ 30 ବର୍ଷ ଧରି ଏହି ଶ୍ରମିକ ମାନେ ପାରାଦ୍ୱୀପ ପୋର୍ଟରେ କାର୍ଯ୍ୟ କରିଆସୁଥିବା ବେଳେ ସେମାନଙ୍କୁ ପାରାଦ୍ୱୀପ ପୋର୍ଟ ଷ୍ଟିଭେଡ଼ର୍ଶ ଆସୋସିଏସନ ବହୁତ କମ ଦରମା ଦେବା ସହ କୌଣସି ଛୁଟି ପ୍ରଦାନ କରାଯାଉ ନଥିବା ବେଳେ ଏହି ଶ୍ରମିକ ମାନଙ୍କୁ ମଧ୍ୟ ପୋର୍ଟ ପକ୍ଷରୁ ରହିବା ପାଇଁ ବାସଗୃହ ଯୋଗାଇ ଦିଆଯାଉ ନାହିଁ । ଫଳରେ ଏହି ଶ୍ରମିକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସମ୍ପର୍କରେ ବନ୍ଦର କତ୍ତୃପକ୍ଷଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ବନ୍ଦର କତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନଥିବା ଏହି ଶ୍ରମିକ ସଂଗଠନ ଅଭିଯୋଗ କରି ଆଜି କାର୍ଯ୍ୟ ବନ୍ଦ ସହିତ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details