ଜଗତସିଂହପୁର:ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସିଂହାରପୁର ପଞ୍ଚାୟତରେ ଅନ୍ତର୍ଦ୍ୱୟ ଅର୍ଣ୍ଣ ଯୋଜନାରେ ଅନିୟମିତତା ଅଭିଯୋଗ । ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନାହିଁ । ଅଯୋଗ୍ୟଙ୍କୁ ମିଳୁଥିବା ଅଭିଯୋଗ । ଏନେଇ ସିଂହାରପୁର ପଞ୍ଚାୟତବାସୀ ଅଭିଯୋଗ କରିବା ସହିତ ଜଗତସିଂହପୁର ବ୍ଲକ ସମୁଖରେ ଗାନ୍ଧୀଙ୍କ ଫଟୋ ରଖି ଧାରଣା ଦେଇଛନ୍ତି ।
ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ଯେ, ଜଗତସିଂହପୁର ସଦର ବ୍ଲକ ସିଂହାରପୁର ପଞ୍ଚାୟତରେ ବ୍ୟାପକ ଅନିୟମିତତା ହୋଇଛି । ପଞ୍ଚାୟତରେ ବହୁ ସରକାରୀ ଚାକିରିଆ ଓ ଆର୍ଥିକ ସ୍ୱଚ୍ଛଳ ବ୍ୟକ୍ତି ମାନେ ରାସନ କାର୍ଡ ହାତେଇଥିବା ବେଳେ ବହୁ ଥିଲାଵାଲା ଲୋକେ ଅନ୍ତର୍ଦ୍ୱୟ ଅର୍ଣ୍ଣ ଯୋଜନାରେ ପ୍ରତି ମାସରେ 35 କିଲୋ ଚାଉଳ ନେଉଛନ୍ତି । ସେହିପରି ମୃତ ଲୋକଙ୍କ ଚାଉଳ ମଧ୍ୟ ଏଠାରେ ଉଠା ଯାଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଗ୍ରାମବାସୀମାନେ ବିଡ଼ିଓଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ବିଡ଼ିଓ ତାଙ୍କ କଥା ଶୁଣୁନଥିବା ଅଭିଯୋଗ କରିଛନ୍ତି ।
ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି, ‘‘ସିଂହାରପୁର ଗ୍ରାମର ରଘୁନାଥ ବେହେରାଙ୍କ ରାସନ କାର୍ଡକୁ ଉଦ୍ଦେଶ୍ୟ ମୂଳକ ଭାବେ କାଟି ଦିଆଯାଇଛି । ରଘୁନାଥ ପୂର୍ବରୁ ଏକ ଇନ୍ଦିରା ଆବାସ ଯୋଜନାରେ 2 ବଖରା ଘର କରିଥିବା ବେଳେ ତାଙ୍କର ଏକ ଗୁହାଳ ଘର ରହିଛି । ଏହାକୁ ଦେଖି ରଘୁନାଥଙ୍କ ରାସନ କାର୍ଡ କଟା ଯାଇଥିବା ବିଡ଼ିଓ ସଫେଇ ଦେଇଛନ୍ତି । ଗ୍ରାମବାସୀମାନେ ଆହୁରି ଅଭିଯୋଗ କରିଛନ୍ତି ଯେ ଏହି ପଞ୍ଚାୟତରେ ଜଣେ ମୃତ ମହିଳାଙ୍କ ନାମରେ ଅନ୍ତର୍ଦ୍ୱୟ ଅର୍ଣ୍ଣ ଯୋଜନାରେ ଚାଉଳ ଉଠୁଥିବା ବେଳେ ଅନ୍ୟପକ୍ଷରେ ଦେବକୀ ବେହେରାଙ୍କ ରାସନ କାର୍ଡ କାଟି ଦିଆଯାଇଛି । ଏହି ଘଟଣାକୁ ନେଇ ପଞ୍ଚାୟତରେ ଅସନ୍ତୋଷ ଦେଖା ଦେଇଛି । ସିଂହାରପୁର ପଞ୍ଚାୟତରେ ଅନ୍ଧାରୀ ଶାସନ ବିରୋଧରେ ଧାରଣା ଦେଇଛନ୍ତି ।